ଲାଞ୍ଜିଗଡ଼,୮/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବେନଗାଁ ପଞ୍ଚାୟତ ସ୍ଥିତ ଧଡେଲ ଗାଁରେ ବିଜେପୁର ପୁଲିସ୍ ପକ୍ଷରୁ ‘ଆମ ପୁଲିସ’ ଜନସମ୍ପର୍କ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏଡିସନାଲ ଏସ୍ପି ଗୋପୀନାଥ ମଣିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେସିଙ୍ଗା ଏସ୍ଡିପିଓ ଗୁପ୍ତେଶ୍ଵର ଭୋଇ, ଫୋର୍ଥ ବେଟାଲିୟନର ଆସିଡେଣ୍ଡ କମାଣ୍ଡେଣ୍ଟ ବିଜୟ କୁମାର, ବିଶ୍ୱନାଥ ପୁର ପୂର୍ବତନ ଥାନା ଅଧିକାରୀ କାଁହୁ ଚରଣ ସ୍ବାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ବେଆଇନ ମଦ କାରବାର, ଦାଦନ ସମସ୍ୟା,ଶିଶୁ ଶ୍ରମିକ, ଗୁଣିଗାରିଡି, ଜୁଆ, ସଟା ଖେଳ, ମହିଳା ଚାଲାଣ, ମଦ ପିଇକି ଗାଡି ଚଲାଇବା, ମୋବାଇଲ ଫୋନରେ କଥାହୋଇ ଗାଡି ଚଲାଇବା, ସଡକ ସୁରକ୍ଷା, ଓ ‘ମୋ’ ସରକାରଙ୍କ ‘ଫାଇପ ଟି’ କଣ ସେ ବିଷୟରେ ଲୋକଙ୍କୁ ସଚେତନତା କରିବା ସହିତ ମହିଳା ମାନକୁ ଶାଢ଼ି , ଛାତ୍ରଛାତ୍ରୀଙ୍କୁ ସ୍କୁଲ ବେଗ୍ , ମଶାରି , ଲୁଙ୍ଗି , ଛତା , କମ୍ବଳ , ରେନିକୋଟ୍ , ଖାତା ,ବହି , ପେନ୍ସିଲ , ରବର ଓ ଗ୍ରାମବାସୀ ମାନକୁ ଔଷଧ ବଣ୍ଟନ,ଭଳିବଲ ମ୍ୟାଚ୍ କରାଯାଇଥିଲା ।
କ’ଣ କଲେ ପୁଲିସ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବଡିବ ସେ ଉପରେ ଆଲୋଚନା ହୋଇଥିଲା। ବେନଙ୍ଗା ଅଞ୍ଚଳବାସୀ ମଧ୍ୟ ପୁଲିସ ପାଖରେ ନିଜ ନିଜର ମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ତଳଧମାଘାଟି, ଉପର ଧମାଘାଟି, ବାଲିଗୁଡା, ପଦ୍ମ ଥପା, ଘୁଡା ପୋଖରୀ ଆଦି ଗାଁରୁ ଚାରି ଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପରିଚାଳନା ଓ ଧଡେଲ ଗ୍ରାମବାସି ସହ ବିଜେପୁର ଥାନାର କର୍ମଚାରୀ ମାନେ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ