ସ୍କୋପ କମ୍ପ୍ୟୁଟର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସମାଜପ୍ରତି ନାରୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ

Omkar Vasthu
Omkar Vasthu

ଉଲୁଣ୍ଡା,୮/୩ : ବୈଦିକ ଯୁଗରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଥିଲା । ବିଶ୍ଵରୂପା, ଲୋପାମୁଦ୍ରା,ମୈତ୍ରେୟୀ, ଗାର୍ଗୀ,ଲୀଳାବତୀ, ସଂଘମିତ୍ରା ଆଦି ପରମ ବିଦୁଷି ଗଣ ପ୍ରସିଦ୍ଧି ଲାଭ କରିଛନ୍ତି । ସେହିପରି ମଧ୍ୟଯୁଗରେ ମିରାବାଇ, ପଦ୍ମିନୀ, ଦୁର୍ଗାବତି ଆଦି ନାରୀମାନଙ୍କ ଅବଦାନ ଅବିସ୍ମରଣୀୟ । ଭାରତର ସ୍ବାଧୀନତା ସଂଗ୍ରାମରେ ଝାନସି ରାଣୀ ଲଷ୍ମୀ ବାଇ,ଅହଲ୍ୟାବାଇ, ପାର୍ବତୀ ଗିରି, ପ୍ରମୁଖଙ୍କ ଭୂମିକା ଇତିହାସ ପୃଷ୍ଠାକୁ ଗାରିମାମୟ କରିଛି । ସମାଜରେ ନାରୀ ମାନଙ୍କ ସ୍ଥାନ ଗୁରୁତ୍ବପୂର୍ଣ୍ଣ । ନାରୀମାନଙ୍କ ସର୍ବବିଧ ଉନ୍ନତି ଓ ସୁରକ୍ଷା ପାଇଁ ୧୯୭୯୫ ରୁ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତିୟ ମହିଳା ଦିବସ ରୂପେ ପାଳନ କରାଯାଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଚାକିରୁ ଓ ଶାସନ ବ୍ୟବସ୍ଥାରେ ନାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ରାଜନୀତି ହେଉ ଅବା ଚାକିରୀ, କିମ୍ବା ସାମାଜିକ ବ୍ୟବସ୍ତା ସବୁଠାରେ ନାରୀ ପୁରୁଷଙ୍କ ସହିତ ହାତକୁ ହାତ ଓ କାନ୍ଧ କୁ କାନ୍ଧ ମିଶାଇ ଚାଲିଆସୁଛି । ଏଥିପାଇଁ ବିଶ୍ୱ ମହିଲା ଦିବସ ଅବସରରେ ଉଲୁଣ୍ଡାର ସ୍କୋପ କମ୍ପ୍ୟୁଟର କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ ଏକ ବୈଠକରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସନ୍ତୋସିନୀ ଭୋଇ ମୁଖ୍ୟଅତିଥି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ପଣ୍ଡା ମୁଖ୍ୟବକ୍ତା, ସମିତି ସଭ୍ୟ ସସ୍ମିତା ମେହେର, ଉଲୁଣ୍ଡା ଯୁବ ମହାସଂଘ ସଭାପତି ପ୍ରମୋଦ ପଣ୍ଡା, ସ୍କୋପ କମ୍ପ୍ୟୁଟର ସୋନପୁରର ଡ଼ାଇରେକ୍ଟର ସୁଜିତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜପ୍ରତି ନାରୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ । ପରେ ଗୁପ୍ତେଶ୍ଵର ଖୁରାଙ୍କ ତତ୍ୱବଧାନରେ ଏକ ରାଲି ବାହାରି ଉଲୁଣ୍ଡା ସହର ପରିକ୍ରମା କରିଥିଲା । ଏହାକୁ ଉଲୁଣ୍ଡା ଯୁବ ମହାସଂଘର କର୍ମକର୍ତା ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଶେଷରେ ମହେଶ ରଂଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.