ବିଦ୍ୟୁତ ତାର ସଂପର୍ଶରେ ଆସି ନାବାଳିକା ଶ୍ରମିକ ମୃତ

ଲାଞ୍ଜିଗଡ,୮/୩ : ଆଜି ସାରା ବିଶ୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅସୁରକ୍ଷିତ ଭାବେ କାର୍ଯ୍ୟରତ ଜଣେ ନାବାଳିକା ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ଆମ୍ବୋଦଲା ଥାନା ବାଏଲଯୋଡି ଗାଁର ପ୍ରଭା କୋଶଲିଆ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆମ୍ବୋଦଲା ଥାନା କୁଟ୍ରୁପାଲି ଗାଁର ତିଳୋତ୍ତମା ଚଲାନଙ୍କ ଆବାସ ଯୋଜନା ଘରର ଫ୍ଲାସ ପକାଇବା ପାଇଁ ଶ୍ରମିକ ମାନେ ନିୟୋଜିତ ହୋଇଥିଲେ । ଏହି କାମକୁ ଠିକାରେ ନେଇଥିଲେ ଜଗଦିଶ ଚଲାନ । ଶ୍ରମିକ ମାନଙ୍କ ସହ କାମ କରୁଥିବା ସମୟରେ ଘର ଉପର ଦେଇ ଯାଇଥିବା ତାର ସଂସ୍ପର୍ଶରେ ଆସି ପ୍ରଭା କୋଶଲିଆ ସଂଜ୍ଞାହିନ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.