ନୋସି ଇନଫ୍ରା ପାଲଟିଲା ୨୭୦ ଶଯ୍ୟା ବିଶିଷ୍ଟ କରୋନା ଆଇସୋଲେସନ୍ ସେଣ୍ଟର୍

● ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନାଙ୍କ ପ୍ରସ୍ତାବକୁ ଜିଲ୍ଲା ପ୍ରସାଶନ କଲେ କାର୍ଯ୍ୟକାରୀ
● ୧୦୦୦ ଶଯ୍ୟା କ୍ଷମତା ଥିବା ‘ନୋସି’ରେ ଏବେ ୨୭୦ ବେଡ୍ ପ୍ରସ୍ତୁତ
● ଆରମ୍ଭ ହେଲା କୋରନା ଯାଞ୍ଚ୍ ଓ ସ୍କ୍ରିନିଂ ପ୍ରକ୍ରିୟା

ବାଲେଶ୍ଵର, ୨୬/୩ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ଵର ସହରର ବାମପଦା ଠାରେ ଥିବା ବୃହତ୍ ନୋସି ବିଜନେସ୍ ପାର୍କ ଏବେ କୋରନା ମୁକାବିଲା ପାଇଁ ସରକାରଙ୍କ ଅଧୀନକୁ ଯିବା ସହ ଏଠାରେ ଆରମ୍ଭ ହୋଇଛି ୨୭୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ସେଣ୍ଟର। ଗତକାଲି ଠାରୁ ବାହାର ରାଜ୍ୟ ବା ବିଦେଶରୁ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତି ମାନଙ୍କୁ ପରୀକ୍ଷା କରାଯିବା କାର୍ଯ୍ୟ ଆରମ୍ଭ ହେବା ସହ ସେଠାରେ ଚବିଶ ଘଣ୍ଟା ସରକାରଙ୍କ ପକ୍ଷରୁ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫ୍ କର୍ତ୍ତବ୍ୟରତ ଥିବା ଜଣା ପଡିଛି।

Omkar Vasthu
Omkar Vasthu

ସୂଚନାଯୋଗ୍ୟ ଯେ, ବାଲେଶ୍ଵରର ପୂର୍ବତନ ସାଂସଦ ଇଂଜିନିୟର ରବୀନ୍ଦ୍ର ଜେନା କୋରନାର ମୁକାବିଲା ପାଇଁ ଆଗାମୀ ଦିନରେ ପ୍ରସ୍ତୁତ ରହିବା ସହ ଏଥିପାଇଁ ଏକ ହଜାର ବେଡ୍ ପକାଯାଇ ପାରିବା ଭଳି ସୁବିଧା ସୁଯୋଗ ଥିବା ନୋସି ଇନଫ୍ରାକୁ ହସପିଟାଲ୍ କରାଯିବାର ପ୍ରସ୍ତାବ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦେବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏ ପ୍ରସ୍ତାବକୁ ଗ୍ରହଣ କରିବା ସହ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୭୦ଟି ବେଡ୍ ଆସି ପହଞ୍ଚିବା ସହ ବର୍ତ୍ତମାନ ‘ନୋସି’ ଏକ ବୃହତ ହସପିଟାଲରେ ରୂପାନ୍ତରିତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସଂପ୍ରତି ସମଗ୍ର ଦେଶ ଓ ରାଜ୍ୟ ଲକ୍-ଡାଉନ୍ ପରିସ୍ଥିତିରେ ଥିବାବେଳେ କରୋନା ଭୂତାଣୁକୁ ପ୍ରତିହତ କରିବା ସହ ଆକ୍ରାନ୍ତ ରୋଗୀଙ୍କୁ ସେବା ଯୋଗାଇଦେବା ପାଇଁ ଆଇସୋଲେସନ୍ ସେଣ୍ଟର୍ ର ଆବଶ୍ୟକତା କୁ ଏଡାଇ ଦିଆଯାଇନପାରେ। ଏ ଦିଗରେ ଜନସାଧାରଣ ସାମାଜିକ ଦୂରତା ବଜାୟ ରଖିବା ସହ ବିଚ୍ଛିନ୍ନ ହୋଇ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ସମସ୍ତେ ସେ ଦିଗରେ ସହଯୋଗ କରୁଛନ୍ତି। ତେବେ ଆଗାମୀ ଦିନରେ ଚିକିତ୍ସା ଦୃଷ୍ଟିରୁ ଯେପରି ଅସୁବିଧା ନଉପୂଜେ ସେଥିପାଇଁ ବାଲେଶ୍ଵରର ପ୍ରାକ୍ତନ ସାଂସଦ ଇଂ ରବୀନ୍ଦ୍ର ଜେନାଙ୍କ ଏ ପ୍ରକାର ଜନକଲ୍ୟାଣ ମୂଳକ ପ୍ରସ୍ତାବ ବେଶ୍ ଅଭିନନ୍ଦନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି।

ଏ ସମ୍ପର୍କରେ ଶ୍ରୀଜେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆଇସୋଲେସନ୍ ସେଣ୍ଟର ପାଇଁ ପ୍ରସ୍ତାବ ଦେବାର ମୁଖ୍ୟ କାରଣ ହେଲା କରୋନା ପାଇଁ ବିଭିନ୍ନ ଦେଶର ସ୍ଥିତି ଗମ୍ଭୀର ହେଉଛି। ଏଥିପାଇଁ ଆଗରୁ ପ୍ରସ୍ତୁତ ହେବା ଦରକାର। ସରକାର ଓ ଜିଲ୍ଲାପାଳ ଙ୍କୁ ଏ ନେଇ ପ୍ରସ୍ତାବ ଦେଇଥିଲି। ନୋସି ଇନଫ୍ରାଷ୍ଟ୍ରକଚର୍ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକ ପ୍ରତିଶତ ଅର୍ଥ ବିନିଯୋଗ ହୋଇଥିବା ବେଳେ ଅଳ୍ପ ପରିମାଣର ଅର୍ଥ ସ୍ଥାନୀୟ ବ୍ୟବସାୟୀମାନେ ବିନିଯୋଗ କରିଛନ୍ତି। ତେଣୁ ଏହା ମୁଖ୍ୟତଃ ଜନସାଧାରଣଙ୍କର। ରାଜ୍ୟରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ଜନସାଧାରଣଙ୍କ ପାଇଁ ବ୍ୟବହାର କରିବା ଦରକାର। ନୋସିରେ ବିଭିନ୍ନ ସୁବିଧା ସହ ବଡ ହଲ୍ ରହିଛି। ଏଠାରେ ୧୦୦୦ ବେଡ୍ ପକାଇ ଏକ ଆଇସୋଲେସନ୍ ସେଣ୍ଟର ହୋଇପାରିବ ବୋଲି ପ୍ରସ୍ତାବ ଦେଇଥିଲି।”

ନୋସି ବିଜନେସ୍ ପାର୍କ ବା ନୋସି ଇନଫ୍ରା ଯଥେଷ୍ଟ ସଂଖ୍ୟକ ଶୌଚାଳୟ, ଏସି ବ୍ୟବସ୍ଥା ଏବଂ ବିଶାଳ ହଲ୍ ମାନ ରହିଥିବା ଯୋଗୁଁ ଏଠାରେ ଆଇସୋଲେସନ୍ ସେଣ୍ଟର୍ କରାଯାଇଛି ବୋଲି ପ୍ରାପ୍ତ ସୂଚନାରୁ ଜଣାପଡିଛି।

ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଅନିଲ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଜିଲ୍ଲା ପ୍ରସାଶନ ପକ୍ଷରୁ ନୋସିରେ ଇତିମଧ୍ୟରେ ଏସସି, ଏସଟି ହୋଷ୍ଟେଲରୁ ସଂଗୃହୀତ ବେଡ୍ ପହଞ୍ଚି ସାରିଛି ଓ ସେଗୁଡିକ ନୋସିରେଶପ୍ରସ୍ତୁତ ହୋଇ ରହିଛି।

ଏହା ବ୍ୟତୀତ, ଜିଲ୍ଲା ପ୍ରଶାସନ ଓ ସିଡିଏମଓଙ୍କ ମିଳିତ ସହଯୋଗ କ୍ରମେ ଜ୍ୟୋତି ହସପିଟାଲରେ ମଧ୍ୟ ୧୦୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ହସପିଟାଲ୍ ପ୍ରସ୍ତୁତ ହୋଇ ରହିଛି ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବାକୁ। ଆବଶ୍ୟକ ପଡିଲେ ଏଇ ଦୁଇଟି ସ୍ଥାନରେ ପ୍ରସ୍ତୁତ ହୋଇ ରହିଥିବା ଅସ୍ଥାୟୀ ହସପିଟାଲରେ କୋରନା ରୋଗୀଙ୍କୁ ଆଡମିଟ୍ କରାଯାଇପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାନାର୍ଜି ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.