ଜାପାଖାଲ ଗ୍ରାମରେ ଅସ୍ଥାୟୀ ଆଇସୋଲେସନ୍ କେନ୍ଦ୍ର କରିବାକୁ ମନା କଲେ ଗ୍ରାମବାସୀ

ରାୟଗଡ,୨୭/୩ : ବିଶ୍ୱ ଏବେ ମହାମାରୀ କରୋନା ବିପକ୍ଷରେ ଲଢେଇ ଜାରି ରଖିଥିବା ବେଳେ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି । କରୋନା ତଥା କୋଭିଡ-୧୯ ଭୂତାଣୁ ସଂକ୍ରମିଣ ବିପଦରୁ ସୁରକ୍ଷିତ ରହିବା ପାଇଁ ଅଂଚଳ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ୧୪ଦିନ ଧରି ହୋମ ଆଇସୋଲେସନରେ ରହିବା ଓ ସର୍ତକତା ଅବଲମ୍ବନ କରିବା ସହ ହାତ ଧୋଇବା,ସାମାଜିକ ଦୂରତା ବଜାୟ ରଖିବା,ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ଏବଂ ଅନ୍ୟାନ୍ୟ ସଚେତନତା ବିଷୟ ପ୍ରତି ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ ହୋମ ଆଇସୋଲେସନରେ ରହିବାକୁ ଅସୁବିଧା ହେଉଥିଲେ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମ ପଂଚାୟତରେ ଏକ ଅସ୍ଥାୟୀ ଆଇସୋଲେସନ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି । ତେବେ ରାୟଗଡ ଜିଲ୍ଳା ସଦର ବ୍ଳକର ଜାପାଖାଲ ଠାରେ ଥିବା ସେବାଶ୍ରମରେ ଆଇସୋଲେେେସନ କେନ୍ଦ୍ର ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ଗ୍ରାମବାସୀମାନେ ଉକ୍ତ କେନ୍ଦ୍ରକୁ ସେଠାରୁ ହଟାଯାଇ ଅନ୍ୟତ୍ର କରିବା ପାଇଁ ଜିଦ୍ ଧରିଥିଲେ । ପିଏ ଆଇଟିଡିଏ ଟୁକୁ ବାରିକ, ତହସିଲଦାର ଉମାକାନ୍ତ ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ପଂହଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଫଳ ହେବାରୁ ବାଧ୍ୟ ହୋଇ ପ୍ରଶାସନ ଏହି କେନ୍ଦ୍ରକୁ ନିକଟସ୍ଥ କୋଡାପାଡି ଗ୍ରାମ ଠାରେ ଥିବା ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ତେବେ ଜାପାଖାଲ ପୂର୍ବରୁ କୋଡାପାଡି ଠାରେ ହିଁ କେନ୍ଦ୍ର ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ସେଠାରେ ପାଣି ସୁବିଧା ନ ଥିବାରୁ ନିକଟସ୍ଥ ଜାପାଖାଲ ଆଶ୍ରମ ସ୍କୁଲ ହଷ୍ଟେଲରେ ବ୍ୟବସ୍ଥା କରାଯାଇଥିଲା । ରାଜ୍ୟ ବାହାରୁ ଆସିଥିବା କୈାଣସି ବ୍ୟକ୍ତି ହୋମ ଆଇସୋଲେସନରେ ରହିବାକୁ ପସନ୍ଦ ନ କଲେ ସେମାନଙ୍କୁ ୧୪ ଦିନ ଧରି ପଂଚାୟତ ସ୍ତରରେ କରାଯାଇଥିବା ଅସ୍ଥାୟୀ ଆଇସୋଲେସନ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ସହ ଖାଇବା, ରହିବା ଆଦି ସମସ୍ତ ବ୍ୟବସ୍ଥା କରାଯିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି । ତେବେ କରୋନାର ଭୟାଭୟତାକୁ ନେଇ ଜାପାଖାଲ ଗ୍ରାମବାସୀ କୈାଣସି ପ୍ରକାର ଅସାବାଧାନତାକୁ ଗ୍ରାମରେ ପ୍ରବେଶ କରାଇବେ ନାହିଁ ଏବଂ ସମସ୍ତ ଗ୍ରାମବାସୀ ସଚେତନ ହେବା ସହ ସର୍ତକତା ଅବଲମ୍ବନ କରୁଛୁ ବୋଲି ପ୍ରକାଶ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

_____________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.