ବଲାଙ୍ଗିର,୨୭/୩ : କରୋନା ଭାଇରସ ଆତଙ୍କ ସାରା ବିଶ୍ୱରେ ଅନୁଭୂତ ହେଉଛି । କରୋନାକୁ ପ୍ରତିହତ କରିବାପାଇଁ ଦେଶରେ ଲକଡାଉନ ଘୋଷଣା ହୋଇଛି। ଯାହାର ପ୍ରଭାବ ବର୍ତ୍ତମାନ ସମୟରେ ଦିନମଜୁରିଆ ଓ ଖଟିଖିଆଙ୍କ ଉପରେ ବହୁଳ ମାତ୍ରରେ ପଡ଼ିଛି । ଏହି ଘଡିସନ୍ଧି ସମୟରେ ରାଜ୍ୟ ସରକାରଙ୍କ ଆହ୍ବାନରେ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀ ଆଗେଇ ଆସିଛନ୍ତି । ଆଜି ବଲାଙ୍ଗିର ରେଳ ଷ୍ଟେସନ ପାଖରେ ଅସ୍ଥାୟୀ ଭାବରେ ଥିବା ଦିନ ମଜୁରିଆଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ସ୍ମାଇଲ୍ ଫର୍ ଅଲ କର୍ମକର୍ତ୍ତା । ସଂଗଠନ ପକ୍ଷରୁ ଦିନ ମଜୁରିଆ ମାନଙ୍କୁ ଭୋଜନ ପ୍ରଦାନ ଦିଆଯାଇଛି ।