ଜିଲ୍ଳାସ୍ତରୀୟ ଅଣ୍ଡର ଟ୍ରାଏଲ ରିଭ୍ୟୁ କମିଟି ବୈଠକ

ରାୟଗଡ,୯/୪ : ରାୟଗଡ ଜିଲ୍ଳା ଓ ଦୈାରାଜଜଙ୍କ ଅଦାଲତ ପରିସରରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବୁଧବାର ଦିନ ଜିଲ୍ଳାସ୍ତରୀୟ ଅଣ୍ଡର ଟ୍ରାୟଲ ରିଭ୍ୟୁ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭାରପ୍ରାପ୍ତ ଜିଲ୍ଳା ଦୈାରାଜଜ ଞାନରଂଜନ ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ଅନ୍ୟାନ୍ୟ ସଦସ୍ୟ ଭାବେ ଜିଲ୍ଳା ଆଇନ ପ୍ରାଧିକରଣର ସଂପାଦକ ମନୋରଂଜନ ମିଶ୍ର, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶର୍ବଣା ବିବେକ ଏମ.ଯୋଗ ଦେଇଥିଲେ । ଏହି ବୈଠକରେ ରାୟଗଡ, ଗୁଣପୁର ଓ ବିଷମକଟକ ଉପ- କାରାଗାରରେ ଥିବା ବନ୍ଦୀ ଓ ସଜ୍ଜାପ୍ରାପ୍ତ କଏଦୀମାନଙ୍କର ବିଭିନ୍ନ ସାମର୍ଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । କରୋନା ଭାଇରସର ଭୟାଭୟତାକୁ ଉପଲବ୍ଧି କରି ମାନ୍ୟବର ସୁପ୍ରିମ କୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ ଆନ୍ତରୀଣ ଜାମିନ ପ୍ରଦାନ ନିମନ୍ତେ କମିଟିରେ ଆଲୋଚନା କରା ଯାଇଥିଲା । ଉପକାରାଗାରରେ ବନ୍ଦୀ ଥିବା ବିିଭିନ୍ନ କଏଦୀ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟ ଉପରେ କାରଗାର ଅଧୀକ୍ଷକଙ୍କ ଦ୍ୱାରା ପ୍ରଦତ ରିପୋର୍ଟ ଉପରେ ଆଲୋଚନା କରାଯାଇ କଏଦୀ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ କାରାଗାର ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାବ୍ୟତିତ ପାରୋଲରେ ଯିବା ନିମନ୍ତେ ଆଗ୍ରହୀ ତଥା ଉପଯୁକ୍ତ କଏଦୀମାନଙ୍କ ଚିହ୍ନ କରାଇ ଏଥି ନିମନ୍ତେ ଉଦ୍ଦିଷ୍ଟ ଅଧୀକାରୀ ଜିଲ୍ଳାପାଳଙ୍କ ମାଧ୍ୟମରେ ଉପଯୁକ୍ତ ପଦକ୍ଷେପ ନେବାକୁ କାରଗାର ଅଧୀକ୍ଷକମାନଙ୍କୁ ଜଣାଇ ଦିଆଯାଇଥିଲା । ବିଭିନ୍ନ କାରାଗାର ଅଧୀକ୍ଷକମାନଙ୍କ ସୂଚନା ଅନୁଧ୍ୟାନରୁ ଜଣାଯାଇଥିଲା ଯେ, ରାୟଗଡ ଜିଲ୍ଳାରେ ବିଭିନ୍ନ କାରାଗାରରେ ଥିବା ୨୫ଜଣ ଜେଲ ମନୁଆଲ ଆଧାରରେ ବର୍ତମାନ ପର୍ଯ୍ୟନ୍ତ ଜାମିନରେ ମୁକୁଳି ସାରିଛନ୍ତି । ଏହାବ୍ୟତିତ କରୋନା ଭାଇରସର ପ୍ରତିବନ୍ଧକ ପାଇଁ ରାୟଗଡରେ ଫସି ରହିଥିବା ରାଜ୍ୟ ବାହାର ଓ ଜିଲ୍ଳା ବାହାର ଶ୍ରମିକମାନଙ୍କ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ବାବଦରେ ଜିଲ୍ଳାପାଳ ଓ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରିଭ୍ୟ କମିଟିକୁ ଅବଗତ କରାଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.