ନର୍ଲା,୮/୬: ବର୍ତ୍ତମାନ କଳାହାଣ୍ଡିରେ ଲକଡାଉନ ସମୟରେ ରକ୍ତର ଅଭାବ ଦୂରକରିବା ପାଇଁ ଆଜି କଳାହାଣ୍ଡି ପୋଲିସ ବଡ଼ ଧାରପୁର ପଞ୍ଚାୟତ ଏବଂ ସୋସିଆଲ ଆକ୍ଟିଭିଷ୍ଟି ଅଫ କଳାହାଣ୍ଡି ସହାୟତାରେ ସ୍ଥାନୀୟ ଶାନ୍ତପୁର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏହି ମହତ କାର୍ଯ୍ୟରେ ୩୬ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ପରିପେକ୍ଷିରେ କଳାହାଣ୍ଡି ଏଡିସନାଲ ଏସପି, ଶାନ୍ତପୁର ସରପଞ୍ଚ ଟିକେଧର ସାହୁ, ସଭ୍ୟ ଗୋବିନ୍ଦ ତାଣ୍ଡି ସହିତ ନର୍ଲା ପୋଲିସ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଶାନ୍ତପୁର ପଂଚାୟତର ସମସ୍ତ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇ ଥିଲେ ।
ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in






