ରାୟଗଡ,୧୫/୬: ରାୟଗଡ ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ଦୈାରତ୍ମ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସହରର ବିଭିନ୍ନ ୱାର୍ଡର ସାହିଗଳିରେ ଦଳ ଦଳ ବୁଲା କୁକୁର ବୁଲୁ ଥିବା ବେଳେ ସହରବାସୀ ଏମାନଙ୍କୁ ଦେଖି ଭୟଭୀତ ହେବାରେ ଲାଗିଛନ୍ତି । ଅକାରଣେ ରାସ୍ତାରେ ଚାଲି ଯାଉଥିବା ପିଲା ଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଲା କୁକୁରମାନେ ଅନେକ ସମୟରେ ଲୋକଙ୍କ ଭୁକି ଚୋବାଇବା ପାଇଁ ଆସୁଥିବା ନଜିର ରହିଛି । ଏପରିିକି ଚଳିତ ମାସର ଦୁଇ ସପ୍ତାହ ମଧ୍ୟରେ ନ୍ୟିୁ କଲୋନୀ ଅଂଚଳରେ ବୁଲା କୁକୁରଙ୍କ ଆକ୍ରମଣରେ ଦୁଇଜଣ ଶିଶୁ ଆହାତ ହୋଇଥିବା ଜଣାପଡିଛି । ସକାଳ ହେଉ ଅଥବା ସଂଧ୍ୟା କିମ୍ବା ରାତ୍ର ସବୁ ସମୟରେ ଏହି ବୁଲା କୁକୁରଙ୍କ ଦୈାରାତ୍ମ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ପୈାର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in