ସଇଁନ୍ତଲା,୭/୮: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଟିକ୍ରାପଡା ଫାଣ୍ତି ଅଧିନ ଟିକ୍ରାପଡା ଗ୍ରାମର ବଳଦେବ ରଣା (୫୨) ଗାଁ ମୁଣ୍ତ ବରଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ଯା କରିଥିବା ଆଜି ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ଯା ଘଟଣା ବୋଲି ପୋଲିସ କହିଛି। ଏ ନେଇ ବଳଦେବଙ୍କ ସ୍ତ୍ରୀ ବନିତା ରଣା ଟିକ୍ରାପଡା ଫାଣ୍ତିରେ ଶୁକ୍ରବାର ସକାଳେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଟିକ୍ରାପଡା ଫାଣ୍ତି ପୋଲିସ ଘଟଣା ସ୍ଥଳରୁ ଶବ ଜବତ କରି ଶବ ବ୍ଯବଚ୍ଛେଦ ପାଇଁ ଶବକୁ କଣ୍ଟାବାଞ୍ଜି ପଠାଇ ଦେଇଥିଲେ। ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆତ୍ମହତ୍ଯାର କାରଣ ଅଷ୍ପଷ୍ଟ ରହିଛି। ଅଧିକ ତଦନ୍ତ ଚାଲୁ ରହିଛି ବୋଲି ଟିକ୍ରାପଡା ଫାଣ୍ତି ଅଧିକାରୀ ଆଦିତ୍ଯ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି। ବଳଦେବଙ୍କ ୨୦ ଓ ୨୨ ବର୍ଷ ବୟସ୍କ ଦୁଇ ଝିଅଙ୍କ ବାହାଘର ସରିଥିବା ବେଳେ ୧୬ ଓ ୧୮ ବର୍ଷର ଦୁଇ ଅବିବାହିତ ପୁଅ ଘରେ ଅଛନ୍ତି।
ସାଇନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in