ଅଢେଇ ହଜାରରେ ପାଦ ଥାପିଲାଣି ରାୟଗଡ ଜିଲ୍ଳା

କରୋନାକୁ ଲୁଚାନ୍ତୁ ନାହିଁ, ଟେଷ୍ଟିଂ କରାଇ ନିଅନ୍ତୁ -ଜିଲ୍ଳା ନୋଡାଲ ଅଧିକାରୀ

ରାୟଗଡ,୧୯/୮: ବ୍ରେକ୍ ଲାଗୁନି ପଜିଟିଭ୍ ସଂଖ୍ୟାରେ । ଦିନକୁ ଦିନ ଶତାଧିକ ନୂଆ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅଢେଇ ହଜାର ସଂଖ୍ୟାରେ ପାଦ ଥାପିଲାଣି ରାୟଗଡ ଜିଲ୍ଳା । ଓଡିଶାର ପଜିଟିଭ୍ ସଂଖ୍ୟା ତାଲିକାରେ ପଂଚମ ସ୍ଥାନରେ ରହିଥିବା ବେଳେ ନିଜ ପଡୋଶୀ ଜିଲ୍ଳାଗୁଡିକ ତୁଳନାରେ ଦ୍ୱିତୀୟ ସ୍ଥାନରେ ପଂହଚିଛି । ଗଂଜାମ ଜିଲ୍ଳାରେ ସର୍ବାଧିକ ୧୫୪୯୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଜପତିରେ ୨୪୩୫, କନ୍ଧମାଳରେ ୧୫୯୦, କୋରାପୁଟରେ ୨୦୮୫, ମାଲକାନଗିରି ଜିଲ୍ଳାରେ ୧୪୭୫ ପଜିଟିଭ୍ ଆକ୍ରାନ୍ତ ଥିବା ବେଳେ କଳାହାଣ୍ଡିରେ ୮୭୦ ଓ ସର୍ବନିମ୍ନ ପଜିଟିଭ ସଂଖ୍ୟାରେ ଜିଲ୍ଳା ମଧ୍ୟରେ ନବରଙ୍ଗପୁରରେ ୫୬୨ ସଂଖ୍ୟା ପଂହଚିଛି । ଫଳରେ ରାୟଗଡ ଜିଲ୍ଳା ଏହି ସବୁ ଜିଳ୍ଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାପଡିଛି । ଜିଲ୍ଳାରେ ପ୍ରଶାସନ ତରଫରୁ ରାପିଡ୍ ଆଂଟିଜେନ ଟେଷ୍ଟିଂକୁ ଜୋରଦାର କରାଯାଇଥିବାରୁ ଏହି ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୋଭିଡ୍ ପରିଚାଳନା କମିଟିର ଜିଲ୍ଳା ନୋଡାଲ ଅଧିକାରୀ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି ।

ବୁୁଧବାର ଦିନ ରାୟଗଡ ଜିଲ୍ଳାରୁ ସର୍ବାଧିକ ୨୧୧ଜଣ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୨୬ଜଣ ପୁରୁଷ ଓ ୮୫ଜଣ ମହିଳା ଆକ୍ରାନ୍ତ ରୋଗୀ ରହିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ କରୋନା ସଂକ୍ରମଣରୁ ବଂଚେଇବା ପାଇଁ ଲଢୁଥିବା ୧୨ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଫଳରେ ଜିଲ୍ଳାରେ ୩୭୫ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୨୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫୪ଜଣ ସକ୍ରିୟ ରୋଗୀ ଜିଲ୍ଳାର ବିିଭିନ୍ନ କୋଭିଡ କେୟାର କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଳାର ୨୧୧ଜଣ ଚିହ୍ନଟକୁ ମିଶାଇ ମୋଟ ୨୫୫୭ରେ ପଜିଟିଭ୍ ସଂଖ୍ୟା ପଂହଚିଥିବା ବେଳେ ଏଥିରୁ ୧୪୨୯ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୧୧ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୭ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି । ଆଜି ବିଷମକଟକ ବ୍ଳକରୁ ୪୫, ଚନ୍ଦ୍ରପୁରରୁ ୧୦, ଗୁଡାରୀରୁ ୧୯, ଗୁଣପୁର ପୈାରାଂଚଳରୁ ୩ ଓ ଗ୍ରାମାଂଚଳରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ କଲ୍ୟାଣସିଂହପୁରରୁ ୧୫, କୋଲନରାରୁ ୪୭, ମୁନିଗୁଡାରୁ ୬, ପଦ୍ମପୁରରୁ ଜଣେ, ରାମନାଗୁଡାରୁ ୭, ରାୟଗଡ ପୈାରାଂଚଳରୁ ୨୨ ଓ ଗ୍ରାମାଂଚଳରୁ ୨୮ ମୋଟ ୨୧୧ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬ଜଣ ଆନ୍ଧ୍ରପ୍ରଦେଶରୁ ନେଲୁରୁ ଓ ଜଣେ ବିଶାଖାପାଟଣମରୁ ଫେରିଥିବା ନେଇ ମୋଟ ୭ଜଣଙ୍କ ଗସ୍ତ ତଥ୍ୟ ପ୍ରଶାସନ ପାଖେ ଥିବା ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି । ବର୍ତମାନ ଜିଲ୍ଳାରେ ରାପିଡ ଆଂଟିଜେନ ଟେଷ୍ଟିଂ ଜିଲ୍ଳାର ୩୧ଟି ସ୍ଥାନରେ କରାଯାଉଥିବାରୁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ପଜିଟିଭ ସଂଖ୍ୟାକୁ ଦେଖି ଭୟଭୀତ ନ ହୋଇ କୋଭିଡ-୧୯ଗାଇଡ ଲାଇନ ମାନି ଚଳିବାକୁ ଶ୍ରୀ ଋତୁରାଜ ଜିଲ୍ଳାବାସୀଙ୍କୁ ନିବେଦନ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.