୭୨ ଘଣ୍ଟା କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ଲାଞ୍ଜିଗଡ,୨୦/୮: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତର ରଘୁନାଥପୁର ଗ୍ରାମକୁ ୩ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ସରପଞ୍ଚ ରାଜୀବ ମାଝୀ। ମଙ୍ଗଳବାର ଗ୍ରାମରେ ୬ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆ ଯାଇଛି। ଏହି ଗ୍ରାମର ୩ ଦିନ ପାଇଁ ଯେ କୌଣସି ବ୍ୟକ୍ତି ଅନ୍ୟ ଗ୍ରାମକୁ ଯାଇପାରିବେ ନାହିଁ, ଏବଂ ଅନ୍ୟ ଗ୍ରାମର ବ୍ୟକ୍ତି ବିଶେଷ ଏହି ଗ୍ରାମକୁ ପ୍ରବେଶ କରିପାରିବେ ନାହିଁ ବୋଲି ଛତ୍ରପୁର ପଞ୍ଚାୟତ ପକ୍ଷରୁ ଜାରି ପତ୍ର ସଂଖ୍ୟା-୩୩ ତା: ୧୯/୦୮/୨୦୨୦ ରିଖରେ ଉଲ୍ଲେଖ ରହିଛି। ବୁଧବାର ସକାଳ ୬ ଘଣ୍ଟା ଠାରୁ ଶନିବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କେବଳ ସ୍ୱାସ୍ଥ୍ୟ ସମନ୍ଧିୟ ସେବା ଏହି ବନ୍ଦରୁ ବାଦ ଦିଆଯାଇଛି। ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in