କଳାହାଣ୍ଡି,୨୦/୮: ସମ୍ପ୍ରତି କରୋନା ମହାମାରୀ ହେତୁ ପ୍ରଶାସନିକ କଟକଣା ବଳବତ୍ତର ରହିଥିବାରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପରେ ଏହାର ସମ୍ପୂର୍ଣ ପ୍ରଭାବ ପଡିଛି । ନୂଆଖାଇ ଓ ବାସି ଦିନ ଲୋକେ ଘରୁ ନ ବାହାରିବାକୁ କଡା ନିର୍ଦେଶ ରହିଛି । ଏହି ପରିପ୍ରେକ୍ଷୀରେ ଅନଲାଇନରେ ନୂଆଖାଇ ଜୁହାର ହେବା ପାଇଁ ବିଶିଷ୍ଟ ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଆହ୍ଵାନ ଦେଇଛନ୍ତି ।
ସେ ବାଲୁକା ଚିତ୍ର ମାଧ୍ୟମରେ ଚିତ୍ର ଆଙ୍କି ଜନସଚେତନତା ପାଇଁ ଉଦ୍ୟମ କରୁଛନ୍ତି । ତାଙ୍କର ଏହି ଅଭିନବ ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in