କଳାହାଣ୍ଡି,୨୦/୮: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତ ଅଧିନସ୍ଥ ବହଲମୁଣ୍ଡା ପଡାର ରାସ୍ତା ଅବସ୍ତା ଅତ୍ୟନ୍ତ ଶୋଚନୀୟ ରହିଛି । ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଯାତାୟତ ରେ ବହୁ ଅସୁବିଧା ହେଉଛି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ଵ ଦେଉନହିଁ । ରିଷିଡ଼ା ରାମମନ୍ଦିର ଛକ ଠାରୁ ଗାନ୍ଧୀନଗର ଦେଇ ବହଲମୁଣ୍ଡା ପର୍ଯନ୍ତ ପ୍ରଧାନମନ୍ତ୍ରୀ ସଡ଼କ କରିବା ପାଇଁ ଦାବୀ ହୋଇଆସୁଛି । ପ୍ରକାଶ ଥାଉକି ଆଦିବାସୀ ଓ ହରିଜନ ବହୁଳ ଏହି ଅଞ୍ଚଳରେ ଅଦ୍ୟାବଧି ପିଚୁ ରାସ୍ତା ଟିଏ ହୋଇନାହିଁ । ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଲୋକ ଯାତାୟତ କରିଥାନ୍ତି । ଏହିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in