କରୋନା ଛଡାଇନେଲା ନୂଆଖାଇ ଉସତ୍

କଳାହାଣ୍ଡି,୨୧/୮: ଏବେ ସବୁ ଆଡେ କରୋନା ଆତଙ୍କ । ପ୍ରାୟ ସମସ୍ତ ବ୍ଲକ ଅଞ୍ଚଳରେ ପଜିଟିଭ ଚିହ୍ନଟ ହେଲେଣି । ଯଦ୍ଵାରା କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ଗାଁ, ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଖାଇକୁ ଦୃଷ୍ଟି ରେ ରଖି ଗତ ୧୮ ତାରିଖ ଠାରୁ ୨୮ ତାରିଖ ପର୍ଯନ୍ତ କଟକଣା କୋହଳ କରାଯାଇ ସକାଳ ୭’ଟା ରୁ ଅପରାହ୍ନ ୨’ଟା ଯାଏ ଦୋକାନ ଖୋଲିବାର ପୂର୍ବ ନିଷ୍ପତ୍ତିକୁ ସମ୍ପ୍ରସାରିତ କରି ସନ୍ଧ୍ୟା ୬’ଟା ଯାଏ ବୃଦ୍ଧି କରିଛନ୍ତି । କିନ୍ତୁ ୨୩ ଓ ୨୪ ତାରିଖ ଅର୍ଥାତ ନୂଆଖାଇ ଓ ବାସି ଦିନ ସମ୍ପୂର୍ଣ ସଟଡାଉନ ଘୋଷଣା କରିଛନ୍ତି । ଉତ୍ସବ ଘର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯିବ । ନୂଆଖାଇ ଭେଟଘାଟ, ଜୁହାର ପରି ଗହଳଚହଳ କାର୍ଯକ୍ରମ ହୋଇପାରିବ ନାହିଁ । ତେଣୁ ନୂଆଖାଇର ସରସତା ଆଉ ନାହିଁ । ତଥାପି ପରମ୍ପରା ରକ୍ଷା କରି କିଛି ଗାଁରେ ନୂଆଖାଇର ପ୍ରଥମ ପର୍ବ ‘ରୁଗିବଳା’ ସମ୍ପନ୍ନ ହୋଇଛି । ଗାଁର ପ୍ରତ୍ୟକ ଘରୁ ଧୂପ, ମନ୍ଦାର,ଫୁଲ,ମାଖନ ଫୁଲ,ଖଇ ସଂଗ୍ରହ କରି ଗ୍ରାମ ଦେବାଦେବୀ ପୀଠରେ ପୂଜା କରାଯାଇଥିଲା । ଗାଁରୁ ରୋଗ ବଇରାଗ ଦୂର ପାଇଁ ବୟୋଜ୍ୟଷ୍ଠ ମାନେ ପ୍ରାର୍ଥନା କରିଥିଲେ ଓ ଗାଁ ଶେଷ ମୁଣ୍ଡରେ ପୂଜା ରୀତିନୀତି ଅନୁଷ୍ଠିତ ହୋଇଥିଲା । ତେବେ ନୂଆଖାଇର ମୁଖ୍ୟ ଦିନ ହେଉଛି ବାସି । ଏହି ଦିନ ମାଂସ ଭୋଜି ପ୍ରାୟ ପ୍ରତ୍ୟକ ଘରେ ହୋଇଥାଏ । ବୟୋଜ୍ୟଷ୍ଠ ବ୍ୟକ୍ତି, ଗାଁର ପୂଝାରୀ, ଦିସାରୀ, ଗଣା(ଗ୍ରାମରକ୍ଷୀ) ମାନଙ୍କୁ ବାସି ମାନେଇବା ପାଇଁ ଲୋକେ (ଗ୍ରାମ ଅଧିବାସୀ) କିଛି କିଛି ଅର୍ଥ ଦେଇଥାନ୍ତି । ଏପରି ସ୍ଥଳେ ଗାଁ ରେ ଦୁଇ ଦିନ ଧରି ଜୁହାରଭେଟ , ସାସ୍କୃତିକ କାର୍ଯକ୍ରମ ହୋଇଥାଏ । କିନ୍ତୁ କରୋନା କଟକଣା ଏବର୍ଷର ନୂଆଖାଇର ଉସତ୍ କୁ ଛଡାଇନେଲା ବୋଲି ଚର୍ଚ୍ଚା ହେଉଛି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.