କବିତା : ଚାଲ ନୂଆ ଖାଏମା

🖊️ସୁଧାଂଶୁ ପଣ୍ଡା

ସବକର୍ ମନ ମିଶେଇ କରି
ଦୁଃଖ ସୁଖ କେ ବାଁଟି କରି
ରାଗ ରୋଷ ସବୁ ଭୁଲି ଜିମା
ଚାଲ ଆମେ ସଭେ, ନୂଆ ଖାଏମା।

କାଏଁ ଗରିବ, କାଏଁ ମହାଜନ
ଅରନ୍ ମୁଠେ ଲାଗି ସିନା ଅଛେ ଜୀବନ
ମାଏଟ ମା, ଇଷ୍ଟଦେବୀ କେ ସୁମରି କରି
ଚାଲ ଆମେ ସଭେ ନୂଆ ଖାଏମା।

ନୂଆ ଖଏଦ୍ କେ ନୂଆ ପିନ୍ଧନ୍
ପିଠାପନା ସବୁ ବରନ୍ ବରନ୍
ବଡ-ସାନ ବନ୍ଧୁ-କୁଟୁମ୍, ଜୁହାର-ଭେଟ ହେମା
ଚାଲ ଆମେ ସଭେ ନୂଆ ଖାଏମା।

କରୋନା ମହାମାରୀ ନୁ ଜିମୁ ତରି
ଘଁଟ୍ ଘୋଡେଇଛେ, ମା ଭଣ୍ଡାର୍, ମାଣେକଶରୀ
ହଦରି କରି ମନର୍ ଉସତ୍, କାଏଁଜେ ହଜେଇ ଦେମା
ଚାଲ ଆମେ ସଭେ ନୂଆ ଖାଏମା।

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ
ଧର୍ମଗଡ଼, କଳାହାଣ୍ଡି
ମୋ: 9438612424

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.