ଲାଞ୍ଜିଗଡ-ମୁନିଗୁଡା ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

କଳାହାଣ୍ଡି/ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ଖରାପ ହୋଇପଡିଛି। ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବଡ ବଡ ଖାଲ ଖମା ସୃଷ୍ଟି ହୋଇ ସାରିଲାଣି। ପରିସ୍ଥିତି ଏଭଳି ହୋଇଛି ଯେ ବର୍ଷା ହେବା କ୍ଷଣି ରାସ୍ତାରେ ଯୋଗାଯୋଗ ଠପ୍ ହୋଇଯାଉଛି। କିନ୍ତୁ ଠିକାଦାରଙ୍କ ଲାଭଖୋର ନୀତିକୁ ଆଖି ବୁଜି ସମର୍ଥନ ଦେଉଥିବା ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା ସାଜିଛନ୍ତି। ଫଳରେ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଲୋକେ ଯାତାୟାତରେ ଘୋର ଅସୁବିଧା ଭୋଗୁଥିବା ବେଳେ ରୋଗୀ, ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ନେବା ଆଣିବାରେ ସମସ୍ୟା ଦେଖା ଦେଉଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।

Omkar Vasthu
Omkar Vasthu


ଅଭିଯୋଗ ଅନୁସାରେ ଲାଞ୍ଜିଗଡ ସହର ଠାରୁ ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତା ଏକ ପ୍ରମୁଖ ସଡକ ହୋଇଥିବା ବେଳେ ଏହା ରାୟଗଡା ଜିଲ୍ଲା ବିଷମ କଟକ ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ ତଥା ମୁନିଗୁଡା ରେଳ ଷ୍ଟେସନକୁ ଯାତାୟାତରେ ସହାୟକ ହୋଇଥାଏ। ସେହିପରି ଲାଞ୍ଜିଗଡ ବ୍ଲକର ଅନେକ ଗାଁକୁ ସଂଯୋଗ କରିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେବେ ରାସ୍ତାରେ ନିମ୍ନମାନର କାମ ଯୋଗୁଁ ଲାଞ୍ଜିଗଡ ପୋଖରୀଠାରୁ ବଂଶୀଧାର ନଦୀ ପର୍ଯ୍ୟନ୍ତ ୧ କିମି ରାସ୍ତାରୁ ପିଚୁ ଉଠିଯାଇ ବଡ ବଡ ଖାଲ ସୃଷ୍ଟି ହୋଇଛି।

Pearl dental clinic
Near Ashish Medical Store, Bhawanipatna


ଏନେଇ ଲାଞ୍ଜିଗଡ ବ୍ଲକ ଗ୍ରାମ୍ୟ ଉନ୍ନୟନ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରାଙ୍କୁ ପଚାରିବାରୁ ତାହା ଆମ ଅଧୀନରେ ନାହିଁ ବୋଲି ପ୍ରକାଶ କରିଥିଲେ।ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.