ଫସଳ ନଷ୍ଟ କରିବା ସହ ପୋଖରୀ ହୁଡା ଭାଙ୍ଗିଲେ ଗଜବାହିନୀ

ଲାଞ୍ଜିଗଡ଼ ବ୍ଲକରେ ଥମୁନାହିଁ ହାତୀ ଉପଦ୍ରବ

ଲାଞ୍ଜିଗଡ଼: କିଛି ଦିନ ହେଲା ଲାଞ୍ଜିଗଡ ବ୍ଲକର ସିକେରକୁପା ବନ ବିଭାଗର କିଡିଙ୍ଗ, ଲାଞ୍ଜିଗଡ଼ରୋଡ଼ ଓ ପାଣିମୁଣ୍ଡା ବିଟ୍ ଅଞ୍ଚଳରେ ଜଙ୍ଗଲି ହାତୀ ଉପଦ୍ରବ ଦେଖାଦେଇଛି। ଆଜକୁ ୧୫ ଦିନ ହେଲା ହାତୀପଲ କିଡିଙ୍ଗର ଧରମକାଣି ଜଙ୍ଗଲ ଓ ମାଡିବନ୍ଧାର ଧୁଙ୍ଗିଆମୁଣ୍ଡା ଜଙ୍ଗଲରେ ରହି କିଡିଙ୍ଗ, କାଉଗୁଡା, କାଚିଲି, ଦୁରଭଟା, ପୋଡାପଦର ଓ ମାଡିବନ୍ଧା ଗ୍ରାମର ୪ ଗୋଟି ଘର ଭାଙ୍ଗିବା ସହ ବହୁ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିବା ପରେ ଧୁଙ୍ଗିଆମୁଣ୍ଡା ଜଙ୍ଗଲଠାରୁ ଚାଲିଯାଇଥିଲେ।

Omkar Vasthu
Omkar Vasthu


ପୁଣି ଶୁକ୍ରବାର ଓ ଶନିବାର ରାତିରେ ସରଗିଗୁଡା ସଂରକ୍ଷିତ ଜଙ୍ଗଲରେ ରହି ୧୬ ଗୋଟି ହାତୀ ପାଣିମୁଣ୍ଡା ବିଟ୍ ଗୋବର୍ଦ୍ଧନପୁର ପଞ୍ଚାୟତର ପାଣିମୁଣ୍ଡା, ଗୋବର୍ଦ୍ଧନପୁର, ଭାଲୁଚଞ୍ଚରା, ପାଟଭାଲେର ଓ ଗୋପାଳପୁର ଗାଁର ଦିଗାମ୍ବର ପ୍ରଧାନ, ଦିଲ୍ଲୀପ ଭୋଇ, ଭୁବନେଶ୍ୱର ଭୋଇ, ଟଙ୍କଧର ରଣା, ଭଗବାନ ରଣା,ଷଯୁଜିଷ୍ଟିର ରଣା, ରସିକ ହରିଜନ, କ୍ଷୀରସିନ୍ଦୁ ଭୋଇ, ଭୁବନ ବାଗ, କବିରାଜ ବାଗ, ତୁମେଶ୍ୱର ବାଗ, ସୁରେନ୍ଦ୍ର ମାଝୀ, ହେମରାଜ ମାଝୀ ଓ ଅନ୍ୟ ଚାଷୀମାନଙ୍କ ପ୍ରାୟ ୧୦୦ ଏକର ଧାନ, କପା, କାନ୍ଦୁଲ, କୋଳଥ ନଷ୍ଟ କରି ଦେଇଛନ୍ତି। ଏହା ସହିତ ନିକଟସ୍ଥ ଗାଁ ଖୁଟଲାମୁଣ୍ଡାର ମାଛଚାଷ କରିଥିବା ପୋଖରୀରେ ପଶି ପାଣିକୁ କାଦୁଅ କରିବା ସହ ପୋଖରୀ ହିଡ ମଧ୍ୟ ନଷ୍ଟ କରି ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ହାତୀପଲ ନଷ୍ଟ କରିଥିବା କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ବନବିଭାଗ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର, ଶନିବାର ଓ ରବିବାର ତିନିଦିନ ହେଲା ବନ ବିଭାଗ ପକ୍ଷରୁ ଗାର୍ଡ ସୁଶାନ୍ତ ବୁଦ୍ଧିଆ, ବିରାଜ କିଶୋର ନାଏକ, ଡେନି ସେନାପତି, ଅଜିତ ନାଏକ, ଈଶ୍ୱର ମାଝୀ, ଚନ୍ଦ୍ର ଶେଖର, ବିନୋଦ ଛତ୍ରୀଆ, ଜଳଧର ହରିଜନ, ବିକ୍ରମ ଛତ୍ରୀଆ ଆଦି ହାତୀ ଘଉଡାଇବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିବା ବନପାଳ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ଆମ ବନ ବିଭାଗ ହାତୀପଲ ଉପରେ ନଜର ରଖି କିଛି ଦିନ ହେଲା ରାତିଦିନ ହାତୀପଲକୁ ଘଉଡ଼ାଉଛନ୍ତି। ଶନିବାର ରାତିରେ ଗୋବର୍ଦ୍ଧନ ପୁର ପଞ୍ଚାୟତର ୩ଟି ଗାଁର ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି।କାଲିଠାରୁ ଅନ୍ୟ ବିଟ୍ ର ଏଲିଫେଣ୍ଟ ସ୍କୁଆଡ଼ଙ୍କୁ ମଧ୍ୟ ପଠାଯାଇଛି। ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରାଯାଇଛି।ବିଭାଗ ତରଫରୁ ଯାହା ସହଯୋଗ ହେବ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.