କଳାହାଣ୍ଡି: ମ.ରାମପୁର ଓକିଲ ସଂଘ ପକ୍ଷରୁ କାର୍ଯ୍ୟରତ ଆଇନଜୀବି ପ୍ରତାପ ଚୌଧୁରୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ଓକିଲ ସଂଘର ସଦସ୍ୟମାନେ ପ୍ରତାପଙ୍କ ଅମର ଆତ୍ମାର ସଦଗତି ନିମେନ୍ତ ଏକ ମିନିଟ ନୀବର ପ୍ରାର୍ଥନା କରିବା ସହିତ ତାଙ୍କରି କାର୍ଯ୍ୟଦକ୍ଷତା, ବନ୍ଧୁବତ୍ସଳତା ଏବଂ ସମାଜକୁ ନ୍ୟାୟ ନେବାରେ ଜୀବନ ସଂଗ୍ରାମ ସଂପର୍କରେ ସ୍ମୃତିଚାରଣ କରିଥିଲେ ।
ଗତ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାଫଳରେ ତାଙ୍କୁ ଭୁବନେଶ୍ୱର ସମ୍ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଗତକାଲି ପ୍ରାଣହାନୀ ଘଟିଥିଲା । ତାଙ୍କରି ବିୟୋଗରେ ଜିଲ୍ଲାସାରା ଆଇନଜୀବି ମହଲରେ ଶୋକର ଛାୟା ଖେଲିଯାଇଥିବା ବେଳେ ଆଜିର ଶୋକ ସଭାରେ ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସପନ କୁମାର ପଟ୍ଟନାୟକ, ଯତୀନ କୁମାର ସାହୁ, ପ୍ରକାଶ ପଣ୍ଡା, ଶୁଭେନ ପଟ୍ଟନାୟକ, ଦୁର୍ଗାପ୍ରସାଦ ମିଶ୍ର, ସନାତନ ପଣ୍ଡା, ନେହେରୁ ନାୟକ, ବିଶ୍ୱମ୍ବର ରଣା, କିଶୋର ପୁରୋହିତ, ଆଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ Odiabarta.in






