ଶିକ୍ଷକ ଓ ଅଭିଭାବକ ମିଶି ସଫା କଲେ ସ୍କୁଲ ପରିସର
ରାୟଗଡ: ରାୟଗଡ ଜିଲ୍ଳା ଚନ୍ଦ୍ରପୁର ବ୍ଳକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି, ଉକ୍ତ ବିଦ୍ୟାଳୟରେ ପ୍ରଶାସନ ତରଫରୁ କରୋନା ଅସ୍ଥାୟୀ ଶିବିର ଭାବେ ଏହାକୁ ବ୍ୟବହାର କରାଯାଇଥିଲା । ଫଳରେ ଦୀର୍ଘ ୭ମାସ ଧରି ବିଦ୍ୟାଳୟ ବନ୍ଦ ରହିଥିବାରୁ ବିଦ୍ୟାଳୟ ପରିସରରେ ଅନାବନା ଗଛ ଉଠି ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଥିଲା ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହାଡିବନ୍ଧୁ ବ୍ରେକବେଡା ଏବଂ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ସେବାୟତ ଓ ଅଭିଭାବକମାନଙ୍କୁ ନେଇ ବିଦ୍ୟାଳୟ ଚର୍ତୁପାଶ୍ୱର୍ରେ ସଫେଇ କାର୍ଯକ୍ରମ କରାଯାଇଥିଲା ।
ଅଭିଭାବକମାନେ ଶ୍ରମ ଦାନ କରିଥିବାରୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରତାପ ଜେନା, ଏସ.ରବି, ମୀନ ବେଡକା, କୃଷି ଶିକ୍ଷକ ପ୍ରଦୀପ ଚୈାଧୁରୀ ପରିଚାଳନାରେ ସହଯୋଗ କରିଥିଲେ ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta