ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ

ରାମନାଗୁଡା/ଗୁଣୁପୁର: ଆଦିବାସୀ ଅଧିକାର ବିକାଶ ମଞ୍ଚ ଓ ସିପିଆଇ(ଏମ ଏଲ) ଲିବରେସନର ମିଳିତ ଆନୁକୁଲ୍ୟରେ ବିର୍ଶା ମୁଣ୍ଡାଙ୍କ ୧୪୫ ତମ ଜନ୍ମ ଜୟନ୍ତୀ ଉତ୍ସବ ଲୁଂଗୁରୁତାଳ ଗ୍ରାମରେ ପାଳିତ ହୋଇଯାଇଛି। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଲତାର ପଂଚାୟତ ସ୍ଥିତ ଲୁଂଗୁରୁତାଳ ଗ୍ରାମରେ ଆଜି (ରବିବାର) ଏନେଇ ଆୟୋଜିତ ସମାବେଶରେ କେନ୍ଦ୍ର କମିଟି ସଦସ୍ୟ ତ୍ରିପତି ଗମାଙ୍ଗ ନେତୃତ୍ୱ ନେଇ ବିର୍ସା ମୁଣ୍ଡାଙ୍କ ଶୃତି ଚାରଣ କରିଥିଲେ ଏବଂ ଆଦିବାସୀ ମାନଙ୍କ ଅଧିକାର ପାଇଁ ବିର୍ସାମୁଣ୍ଡାଙ୍କ ଇଂରେଜ ମାନଙ୍କ ବିରୋଧରେ ସାଲିସ ବିହୀନ ସଂଗ୍ରାମ ଉପରେ ଆଲୋଚନା କରିଥିଲେ।


ଉକ୍ତ ଉତ୍ସବରେ ରାଜ୍ୟ କମିଟି ସଦସ୍ୟ ସାଥୀ ବୃନ୍ଦାବନ ବିଡିକା, ଜିଲ୍ଲା କମିଟି ସଦସ୍ୟ ସାଥୀ ଅନାସୀମ ଶବର, ଦାମୋଦର ଶବର, ଭରତ ଶବର, ସଇନା ଶବର ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।


ବର୍ଷ ବର୍ଷ ଧରି ଆଦିବାସୀ ମାନେ ଜଙ୍ଗଲ ଜମି, ଜଳ, ମୌଳିକ ଅଧିକାର ଆଜି ପର୍ଯ୍ୟନ୍ତ ନ ପାଇବା ଦୁଃଖ ଦାୟିକ ଘଟଣା ବୋଲି ସମାବେଶରେ ମତ ପ୍ରକାଶ ପାଇଛି।


ଆଜି ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ବିଜେପି ବିରୋଧରେ ସବୁ ଆଦିବାସୀ ଏକ ହୋଇ ଲଢ଼ିବା ଏବଂ ବିକାଶ ନାମରେ ଆଦିବାସୀ ମାନଙ୍କୁ କିଭଳି ବିସ୍ଥାପନ କରାଯାଉଛି ଏବଂ କଳା ସଂସ୍କୃତି ପରମ୍ପରାକୁ ଧ୍ୱଂସ କରାଯାଉଛି ସେହି ଉପରେ ସମାବେଶରେ ଆଲୋକପାତ କରାଯାଇଥିଲା।

ବିଜେପି ସରକାର ବିରୋଧରେ ଜନ ଆନ୍ଦୋଳନ ଗଢି ତୋଳିବା ସହ ଚଳିତ ମାସ ୨୬ ତାରିଖ ଦିନ ଚାଷୀ ଓ ଶ୍ରମିକ ମାନଙ୍କ ଉପରେ ହୋଇଥିବା କଢ଼ା ଆଇନ ବିରୋଧ ରେ ଭାରତ ବନ୍ଦ, ଧର୍ମଘଟ ଓ ହରତାଳକୁ ସଫଳ କରିବା ପାଇଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ଅଭିଯାନ କରିବା ପାଇଁ ଏହି ସମାବେଶରେ ନିଷ୍ପତ୍ତି ନିଆଯାଇଛି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.