ଜାତୀୟ କୃଷକ ଦିବସ ଅବସରରେ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷିତ

କଟକ: ଜାତୀୟ କୃଷକ ଦିବସ ଅବସରରେ ସଂକଳ୍ପ ଟିଭି ଏବଂ ରାଜ୍ୟର ପ୍ରଥମ ଛାତ୍ର ସମ୍ପାଦିତ ତ୍ରୈମାସିକ କୃଷି ପତ୍ରିକା ‘ଶ୍ୟାମଳ ସୁବର୍ଣ୍ଣ’ ପକ୍ଷରୁ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଶ୍ରେଷ୍ଠ ପ୍ରବନ୍ଧ ଭାବେ ବିବେଚିତ ହୋଇଛନ୍ତି ଓୟୁଏଟି, ଭୁବନେଶ୍ୱରର ଦ୍ଵିତୀୟ ବର୍ଷ କୃଷି ଛାତ୍ରୀ ସୁଶ୍ରୀ ପ୍ରାର୍ଥନା ପ୍ରିୟଦର୍ଶିନୀ। ‘କୃଷି ଉଦ୍ୟମିତା ଓ ଯୁବପିଢି’ ଶୀର୍ଷକ ପ୍ରବନ୍ଧରେ ବିଭିନ୍ନ କୃଷି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଶ୍ରେଷ୍ଠ ପ୍ରବନ୍ଧ ଲେଖିକାଙ୍କୁ ଆସନ୍ତା ଜାନୁଆରୀ ମାସରେ ସମ୍ବର୍ଦ୍ଧିତ କରାଯିବ ବୋଲି ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ ଜଣାଇଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା କରାଯାଇ ଓଡ଼ିଶାର କୃଷି ଓ କୃଷକର ମାନଦଣ୍ଡ ବଢ଼ାଇବା ସହ କୃଷି ଗବେଷଣାକୁ ଦ୍ୱିଗୁଣିତ କରାଯାଇ ପାରିବ ବୋଲି ପତ୍ରିକାର ସମ୍ପାଦକ ସ୍ତମ୍ଭକାର ଡି.ଶୁଭମ୍ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.