ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ପ୍ରଦାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଖବାହିଲି ଗ୍ରାମରେ ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ କୁମାର ସାହୁ, ପୁର୍ବତନ ବ୍ଲକ ଉପାଦକ୍ଷ ଜଗଦୀଶ ବେନିଆଁ, ଲାଖବାହିଲି ସରପଞ୍ଚ ରାମତୁ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ବିଶି, ଏମ୍ଏଡି ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିବିରରେ ଲାଖବାହିଲି, ବେନଙ୍ଗା, ଲାଞ୍ଜି, ପାହାଡ଼ପଦର ଓ ବିଜେପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ୪୨ ଜଣ ଦିବ୍ବ୍ୟାଙ୍ଗଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଅଛି। ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୯ ତାରିଖରେ ଏହି ଲାଖବାହିଲି ଗ୍ରାମଠାରେ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ଓ ମିଶନ ଅଶୋକ ଦୋରା(ଏମ୍ଏଡି)ଅନୁଷ୍ଠାନ ଏବଂ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏମ୍ଏଡି ସଦସ୍ୟ ଧର୍ମେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଶିବିର ଅନୁଷ୍ଠିତ ହୋଇଥିଲା।

Udyog Nursery
Udyogi Nursery

କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ସୁବାଶିଷ ମହାନ୍ତି, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ସୁଜିତ କୁମାର ସାହୁ, ଅଡିଓଲୋଜିଷ୍ଟ ବାଦଲ ପଟ୍ଟନାୟକ, ମନୋବିଜ୍ଞାନୀ ଓ ଚୟନ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ପାଞ୍ଚ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା।


ପରେ ୬୨ ଜଣ ଭିନ୍ନକ୍ଷମ ୨୦ ଜଣ ଶିଶୁ, ୨୫ ଜଣ ମହିଳା, ୧୭ ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇ ସେଥି ମଧ୍ୟରୁ ୨୦ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଥିଲା। ଆଜି ୪୨ ଜଣଙ୍କୁ ବ୍ଲକ ପ୍ରଶାସନ ପରିଚୟ ପତ୍ର ପ୍ରଦାନ କରିଥିଲେ।

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.