ଲାଞ୍ଜିଗଡରେ ପୁଣି ଲାଗିଲା ମାଓ ପୋଷ୍ଟର

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ମାଓବାଦୀଙ୍କ ଦ୍ଵାରା ପ୍ରଜାକୋର୍ଟରେ ଦଣ୍ଡ ଚେତାବନୀ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତ ପଡାର ବସୁଧା ପାଣିଟାଙ୍କି ନିକଟରେ ଥିବା ଏକ ଆମ୍ବ ଗଛରେ ଓ ବେଦାନ୍ତ ମେନ୍ ଗ୍ୟାଟ ଫାଟକର ବୁଣ୍ଡେଲ ଗାଁ ରାସ୍ତାର ଏକ ସୂଚନା ଫଳକରେ ପୋଷ୍ଟର ମାଧ୍ୟମରେ ୪ ଜଣଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ। ମାଓନେତା ଉମାକାନ୍ତଙ୍କ ନାଁ ଉଲ୍ଲେଖ ଥିବା ବେଳେ ବାଘୁନା ଡିଭିଜନ ବୋଲି ଜଣା ପଡୁଛି।


ପୋଷ୍ଟରରେ ଆଦିବାସୀଙ୍କୁ ଶୋଷଣ ପ୍ରତିବାଦରେ ଚେତାବନୀ ଦିଆଯାଇଛି। ଏହି ପୋଷ୍ଟରରେ ଚାରିଜଣ ସ୍ଥାନୀୟ ବାସିନ୍ଦା ଚାଚେର ମାଝୀ, ରାଜେନ୍ଦ୍ର ମାଳି, ଶ୍ରୀଧର ପେସନିଆ ଓ ସୁବାଷ ନାଏକଙ୍କୁ ପୋଷ୍ଟରରେ ପ୍ରଜାକୋର୍ଟରେ ଦଣ୍ଡ ବିଧାନ ଚେତାବନୀ ଦିଆଯାଇଛି। ପୋଷ୍ଟରର ସତ୍ୟତାକୁ ନେଇ ତଦନ୍ତ ଜାରି। ପୋଷ୍ଟର କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.