ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା କଙ୍କଲା ଗ୍ରାମରୁ ମାସେରୁ ଅଧିକ ଦିନ ତଳେ ନିଖୋଜ ଥିବା ବିମ୍ବାଧର ମହାକୁଡ (୩୦) ଙ୍କ ଶବ ଆଜି ଡମ୍ବରୁଗଡ଼ ଶ୍ମଶାନ ଘାଟ ମହାନଦୀ ବାଲିରୁ ବାଉଁଶୁଣୀ ପୋଲିସ୍ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଆଧାରରେ ମାସେ ତଳେ କଙ୍କଲା ଗ୍ରାମର ବିମ୍ବାଧର ମହାକୁଡ ନିଖୋଜ ହୋଇଥିବା ତାଙ୍କ ବଡ଼ ଭାଇ ବିମଳ ମହାକୁଡ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ଅଭିଯୋଗକାରୀଙ୍କ ସୁଚନା ଆଧାରରେ କଙ୍କଲା ଗ୍ରାମର କାର୍ତ୍ତିକ ନାଏକ ଓ ଅମିତ ମହାକୁଡଙ୍କୁ ଆଣି ଅଟକ ରଖି ପୋଲିସ ପଚରା ଉଚୁରା କରିଥିଲେ। ସେମାନଙ୍କ ଠାରୁ ଜେରା ବେଳେ ମିଳିଥିବା ତଥ୍ୟ ଓ ସେମାନଙ୍କ ଚିହ୍ନଟ ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ନଦୀ ବାଲି ଖୋଳା ଯିବା ପରେ ବିମ୍ବାଧରର ଗଳିତ ଶବ ମିଳିଥିବା ସୂଚନା ମିଳିଛି। ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁଁ ବୌଦ୍ଧ ଡାକ୍ତରଖାନା ଆଣିଥିବା ବେଳେ ଉଭୟଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ବିଦ୍ୟୁତ୍ ତାର ଟାଣି ବାରହା ଶିକାର କରୁଥିବା ବେଳେ ଅସାବଧାନତା ବଶତଃ ଅନ୍ଧାରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିମ୍ବାଧର ମୃତ୍ୟୁ ବରଣ କରିଥିବା ପୋଲିସକୁ ପ୍ରାରମ୍ଭିକ ତଦନ୍ତରୁ ସୁଚନା ମିଳିଛି। ଘଟଣାକୁ ଲୋକ ଲୋଚନକୁ ନଆଣିବା ପାଇଁ ଉଭୟେ ମିଶି ମହାନଦୀ ବାଲିରେ ପୋତି ଦେଇଥିବା ପୋଲିସ୍ ଆଗରେ କହିଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in