ବିଶିଷ୍ଟ ବ୍ୟଙ୍ଗ ସ୍ରଷ୍ଟା ଡମ୍ବରୁଧର ପଟ୍ଟନାୟକଙ୍କ ଦେହାନ୍ତ

ରାୟଗଡ, (ଶିବ ନାରାୟଣ ଗୈାଡ): ବିଶିଷ୍ଟ ଲେଖକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡମ୍ବୁରୁଧର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି। ସାହିତ୍ୟ ଜଗତରେ ଡ଼ମୁରୁ ବାବା ଭାବେ ବେଶ ପରିଚିତ ସ୍ବର୍ଗତ ପଟ୍ଟନାୟକ ନିକଟରେ ବ୍ରହ୍ମପୁରରେ ଚକ୍ଷୁ ଅପରେସନ କରି ଘରେ ବିଶ୍ରାମ ନେଉଥିଲେ। ଇତିମଧ୍ୟରେ ହଠାତ ତାଙ୍କର ଅକ୍ସିଜେନ ସ୍ତର ତଳକୁ ଚାଲିଯିବା ପରେ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ କୋଭିଡ ପଜିଟିଭ ଚିହ୍ନଟ ପରେ ଜେକେପୁରସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଗତ କାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଦୁଇ ଝିଅ ଓ ଧର୍ମପତ୍ନୀ ଅଛନ୍ତି। ସେ ନବରଙ୍ଗପୁର କମର୍ସିଆସଲ ଟ୍ୟାକ୍ସ କାର୍ଯ୍ୟାଳୟର ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଗାଳ୍ପିକ, କବି, ଶିଶୁ ସାହିତ୍ୟ, ବ୍ୟଙ୍ଗ ସ୍ରଷ୍ଟା ଡମ୍ବୁରୁଧର ଓଡ଼ିଆ ଭାଷା ପ୍ରୀତି ଓ ନିରୁତା ସାହିତ୍ୟ ସାଧନ ପାଇଁ ସବୁ ମହଲରେ ପରିଚିତ। ପ୍ରତ୍ୟହ ଓଡ଼ିଆ ଭାଷାର୍ ପ୍ରଚାର ପ୍ରସାର ପାଇଁ ତାଙ୍କର ନିରଳସ ଉଦ୍ୟମ ସମସ୍ତଙ୍କୁ ବିଭୋର କରୁଥିଲା। ଓଡ଼ିଆ ପ୍ରୀତି ହେତୁ ତାଙ୍କ ବାସଭନର ନାମ ସହିତ୍ୟାୟନ ନାମରେ ଏବଂ ଘର ସମାନରେ ଓଡ଼ିଆରେ ବନ୍ଦେ ଉତ୍କଳ ଜନନୀ ଖୋଦେଇ କରିଛନ୍ତି।

ଓଡ଼ିଆର ବିଭିନ୍ନ ବିଭାଗରେ ୧୭ ଗୋଟି ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଛନ୍ତି। ବିଶେଷ କରି ତାଙ୍କର ଶାଣିତ ବ୍ୟଙ୍ଗ ତାଙ୍କୁ ସାହିତ୍ୟ ଜଗତରେ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ସେ ପୁସ୍ତକ ସଂଗ୍ରହ, ପ୍ରମାଣ ପତ୍ର ସଂଗ୍ରହ ସହ ଓଡିଶା ଭାଷା ସାହିତ୍ୟ ସମ୍ପର୍କରେ ଗଭୀର ଜ୍ଞାନର ଅଧିକାରୀ ଥିଲେ। ବହି ପ୍ରତି ତାଙ୍କର ରୁଚି ଓ ଭଲପାଇବା ପ୍ରବଳ ହେତୁ ନିଜ ବାସ ଭବନରେ ବ୍ୟକ୍ତିଗତ ଭାବେ ସାବିତ୍ରୀ ପାଠାଗାର ସ୍ଥାପନ କରିଥିଲେ। ନିଜର ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ଓ ସମ୍ନାନିତ। ତାଙ୍କ ବିୟୋଗରେ ରାୟଗଡ଼ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସମେତ ସାହିତ୍ୟିକ ସତ୍ୟନାରାୟଣ ଗନ୍ତାୟତ, ପ୍ରାବନ୍ଧିକ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ସ୍ତମ୍ଭକାର ଦ୍ବିତୀ ଚନ୍ଦ୍ର ସାହୁ, କବି ତଥା ସମ୍ପାଦକ ସୁଶାନ୍ତ କୁମାର ନାୟକ, ଆଶୁତୋଷ ପାତ୍ର, ଗୋଲକ ଚନ୍ଦ୍ର ଦଳେଇ , ଲାବଣ୍ୟ ପଟ୍ଟନାୟକ, ସାମ୍ବାଦିକ କୀର୍ତ୍ତ ଚନ୍ଦ୍ର ସାହୁ, ଶିବ ନାରାୟଣ ଗଉଡ, ବିମଳ ଚାନ୍ଦ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ବିମଳା ଶଙ୍କର ଦାସ, ଶିବ ସୁନ୍ଦର ପାଣିଗ୍ରାହୀ, ଶ୍ରୀରଙ୍ଗ ନାୟକ, ଗୌରାଙ୍ଗ ରାଉତ, ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.