ଆଦର୍ଶ ପଞ୍ଚାୟତ ଫକିରପଡାରେ ବିଶୋଧନ କାର୍ଯ୍ୟକ୍ରମ

କଟକ: କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ସଦର ଉପକଣ୍ଠ ଫକିରପଡା ପଂଚାୟତର ବଜାର, ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ବରୁଣେଇ ପାଠାଗାର, ଗ୍ରାମଦେବୀ ମା ବରୁଣେଇ ମନ୍ଦିର ପରିସର ଏବଂ ଆଖପାଖ ଗ୍ରାମ ଆଦି ବହୁ ସ୍ଥାନରେ ବିଶୋଧନ କାର୍ଯ୍ୟ କରାଯାଇଛି । ଏହି ସେବାକାର୍ଯ୍ୟ ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ପରିଷଦର କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ଦାସ, ଗୁରୁଦତ୍ତ ନନ୍ଦ, ପ୍ରଭୁଦତ୍ତ ନନ୍ଦ, ଯଜ୍ଞଦତ୍ତ ନନ୍ଦ, ସାଗର କୁମାର ଭୋଇ, ମଧୁସୂଦନ ମଲ୍ଲିକ, ରାଧେଶ୍ୟାମ ମଲ୍ଲିକ ପ୍ରମୁଖ ସାମିଲ ହୋଇ ବିଶୋଧନକାର୍ଯ୍ୟକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.