ସମାଜସେବୀଙ୍କ ଦ୍ୱାରା ଦୁର୍ଗମ ଅଞ୍ଚଳରେ କରୋନା ସଚେତନତା ଏବଂ ଅସହାୟଙ୍କୁ ସହାୟତା ପ୍ରଦାନ

ଲାଞ୍ଜିଗଡ଼: କରୋନାକୁ ପ୍ରତିହତ କରିବା ପାଇଁ ଜନ ସଚେତନତା ଯଥେଷ୍ଟ ଆବଶ୍ୟକତା ରହିଛି। ଏଦିଗରେ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଅନେକ ସ୍ବେଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ଜନ ସଚେତନତା ଜାରି ରଖିଛନ୍ତି। ସେହି କ୍ରମରେ ଲାଞ୍ଜିଗଡରୋଡର ବିଶିଷ୍ଟ ସମାଜସେବୀ ପବନ କୁମାର ଅଗ୍ରୱାଲ ମଧ୍ୟ ନିଜ ତରଫରୁ ଲୋକଙ୍କୁ ସଚେତନ କରିବାକୁ ବାହାରି ପଡିଛନ୍ତି। ଲାଞ୍ଜିଗଡ଼ ବ୍ଲକରେ ଧିରେ ଧିରେ କରୋନା ତା’ର କାୟା ବିସ୍ତାର କରିଚାଲିଥିବାରୁ ସେ ଆଦିବାସୀ ବହୁଳ କଦମ୍ବଗୁଡା ଗ୍ରାମପଞ୍ଚାୟତର ଦୁର୍ଗମ ତାଡାବାଲା, ଖିକସାଭଟା, କାରକୋଲ ଓ କଦମ୍ବଗୁଡା ଗାଁର ଜନସାଧାରଣଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନ କରିବା ସହିତ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ । ଏହାସହିତ ଦୁର୍ଦ୍ଦିନରେ ଚଳୁଥିବା ଖିକସାଭଟା ଗାଁର ନିରାଶ୍ରୟ ବାଳୀ ଗଉଡ ଓ ଦିବ୍ୟାଙ୍ଗ ମଧୁ ଗଉଡଙ୍କୁ ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲୋ। ଏହି ମହତ କାର୍ଯ୍ୟରେ ଶ୍ରୀଯୁକ୍ତ ଅଗ୍ରୱାଲଙ୍କ ସହିତ ତାଙ୍କ ପୁଅ ଆକାଶ ଅଗ୍ରୱାଲ, ଲାଞ୍ଜିଗଡରୋଡ ସରପଞ୍ଚ ଟଙ୍କଧର ମାଝୀ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, କନଷ୍ଟେବଲ୍ ନରସିଂହ ନାଗ, ସାମ୍ବାଦିକ ଗୋପାଳଦାସ ମହାନନ୍ଦ, ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ସରୋଜ ପ୍ରଧାନ, ଅଜିତ ପ୍ରଧାନ ପ୍ରମୁଖ ସାମିଲ ହେବା ସହିତ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ସମାଜସେବୀ ପବନ କୁମାର ଅଗ୍ରୱାଲଙ୍କ କାର୍ଯ୍ୟଧାରା ଯୁବପିଢି ପାଇଁ ପ୍ରେରଣାଦାୟୀ ହୋଇଛି ଏବଂ ଏହାକୁ ନେଇ ବ୍ଲକର ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.