ଜୁନାଗଡ: ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟଡିୟମ ସଭାଗୃହରେ ଜୁନାଗଡ଼ ବ୍ଲକର ୫ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଜୁନାଗଡ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନଦନ ମାଝୀ, ନାରାୟଣ ମେହେର, ଫାଳଗୁନି ନାଏକ, ବଦ୍ୟନାଥ ପାଢ଼ୀ ଓ ରବୀନ୍ଦ୍ର ନାଥ ମେହେେର ସମ୍ବର୍ଦ୍ଧିତ ହୋଇଥିଲେ।

ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୋରାଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ବିଇଓ ବିଜୟ କୁମାର ସେନାପତି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧୀରେନ ପଟ୍ଟନାୟକ, ପୂର୍ବତନ ନଗର ପାଳ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଧୀରେନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
ଜୁନାଗଡ଼ରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ OdiaBarta.in





