ବିପନ୍ନ ୨୬ନଂ ଜାତୀୟ ରାଜପଥ: ସରକାରୀ ବସ ଧକ୍କାରେ ୫ ଛେଳି ମୃତ

କେସିଙ୍ଗା, (ବର୍ଦ୍ଧମାନ ଜୈନ): ଭବାନୀପାଟଣା – ବଲାଙ୍ଗୀର ଜାତୀୟ ରାଜପଥ ୨୬ରେ ଦୁର୍ଘଟଣା ନିତିଦିନିଆ କଥା ପାଲଟିଛି। ଭାରି ଯାନମାନଙ୍କର ଦୃତ ଗତି ଓ ବେପରୁଆ ମନୋଭାବ ଯୋଗୁଁ ଅନେକ ଧନ ଜୀବନ ହାନି ହେଉଛି। ପ୍ରାୟ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଚାଲିଥିବା ଯୋଗୁଁ ଜାତୀୟ ରାଜପଥ ପାର୍ଶ୍ବର ଗ୍ରାମବାସୀମାନେ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

ଏହି ରାଜପଥରେ ବୁଧବାର ଦିନ ଏକ ସରକାରୀ ବସ ଧକ୍କାରେ ୫ଟି ଛେଳି ମୃତ୍ୟୁମୁଖରେ ପଡିଛନ୍ତି। ସୂଚନା ଅନୁସାରେ, କେସିଙ୍ଗା ଥାନା ଚାଞ୍ଚେର ଗ୍ରାମ ପାଖ ଜାତୀୟ ରାଜପଥରେ ଭବାନୀପାଟଣା ପଟରୁ ଆସୁଥିବା ଏକ ସରକାରୀ ବସ ଛେଳି ପଲ ଉପରେ ମାଡି ଯାଇଥିଲା। ଏଥିରେ ଚାଞ୍ଚେର ଗ୍ରାମର ନରୋତ୍ତୋମ ହରିଜନ ଓ କବି ହରିଜନଙ୍କର ୫ ଟି ଛେଳି ମରିଯାଇଥିବାବେଳେ ଆଉ ଗୋଟିଏ ଛେଳି ଗୁରତର ଆହତ ହୋଇଛି। ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ବୁଧବାର ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଗାଁ ଲୋକେ ବସଟିକୁ ଅଟକ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.