କରୋନା ଟିକାଦାନ ବନ୍ଦ କରାଯିବାକୁ ଉତ୍କଳ ବିକାଶ ପରିଷଦର ନିନ୍ଦା

କଟକ,୨୦|୮ (ଚକ୍ରବର୍ତ୍ତୀ ଓତା): କଟକ ସଦର କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ, ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ କରୋନା ଟିକା ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ କାର୍ଯ୍ୟକର୍ତାମାନେ ସିଡିଏମଓ, ବେଣ୍ଟକାର ଓ କିଶନନଗର ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁମତି କ୍ରମେ ଟିକାଦାନ ଶିବିର ଆୟୋଜନ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗତ ରାତିରେ ଅନୁମତି ଦେଇଥିଲେ। ମାତ୍ର ଆଜି ସକାଳୁ ବିଜେଡିର ପଞ୍ଚାୟତ ଅଧ୍ୟକ୍ଷଙ୍କ ଚାପରେ ଅନୁମତି ପତ୍ର, ଦରଖାସ୍ତ ଆଦି ବାହାନା କରି ଟିକା ସହ ଡାକ୍ତରୀ ଟିମକୁ ଫେରାଇ ଦେଇଥିଲେ। ଟିକା ନେବା ପାଇଁ ଆସିଥିବା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଜେଡିର ପଞ୍ଚାୟତ ଅଧ୍ୟକ୍ଷ ଓ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୀବ୍ର ବିରୋଧ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି। ଏହାକୁ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ହୀନମନ୍ୟତା ବୋଲି ମତ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ଅଧ୍ୟକ୍ଷ ସ୍କୁଲ୍ ପରିସରକୁ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଆସୁଥିବା ଅଭିଯୋଗ ହୋଇଛି। ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ଶାସକଦଳ ଚାପ ପକାଇ ଟିକାଦାନ କାର୍ଯ୍ୟକ୍ରମକୁ ବନ୍ଦ କରାଇଛନ୍ତି ବୋଲି ସାଧରଣରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.