ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନରେ ଅନିୟମିତତା : ଏନଆଇସି ଭୂବନେଶ୍ବର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ଦେବେ ନୂଆପଡାର ଚାଷୀ କୂଳ

ନୂଆପଡା,୨୧/୨: କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ କୃଷକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି କିନ୍ତୁ ସେହି ସବୁ ଯୋଜନା ଗୁଡିକ ଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାଇଁ, ତାର ସଠିକ ଲାଭ ସିଧା ସଳଖ ଚାଷୀ ପାଉଛନ୍ତି ନା ନାହିଁ ଏସବୁ ଉପରେ କାହାରି ମଧ୍ୟ ଧ୍ୟାନ ନଥିବାପରି ମନେହେଉଛି । ଏହି ପରିପ୍ରେକ୍ଷୀରେ  ଯେଉଁ କୃଷକଙ୍କ ପାଇଁ ସରକାର ନାନାଦି ଯୋଜନା ପ୍ରସ୍ତୁତ କରୁଛନ୍ତି ସେହି ଯୋଜନା ଗୁଡିକ ରେ ଚାଷୀ ଅନେକ ସମୟରେ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୃଷି ବିଭାଗ  ଠାରେ । ନୂଆପଡା ବ୍ଲକର ଅନେକ ଚାଷୀ ଏକାଠି ରୁଣ୍ଡ ହୋଇ  ନୂଆପଡା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Omkar Vasthu
Omkar Vasthu

ଚାଷୀ ମାନଙ୍କ  କହିବା ଅନୁଯାଇ ୨୦୧୭ ବର୍ଷର ଖରିଫ ଫସଲରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ରେ ନୂଆପଡା ଜିଲ୍ଲା ରେ ୨୭୪୩ ଜଣ ଚାଷୀ ଫସଳ ବୀମା ଯୋଜନାର ଲାଭ ପାଇଁ ଅନଲାଇନ ଆବେଦନ କରି ଥିଲେ । ଯୋଜନା ମୁତାବକ ତାଙ୍କର ପ୍ରିମିୟମକୁ ସଠିକ ସମୟରେ ଜାତୀୟ ବ୍ୟାଙ୍କରେ ପଇଠ ମଧ୍ୟ କରି ଥିଲେ । କିନ୍ତୁ ବର୍ତମାନ ୨୦୧୯ ଆସି ପହଞ୍ଚିଲାଣି କିନ୍ତୁ ଚାଷୀ ତାଙ୍କର ବୀମା ଟଙ୍କା ପାଇ ପାରି ନାହାନ୍ତି । ଚାଷୀ କୁଳ ଅନେକ ଥର ଜିଲ୍ଲା କୃଷି ବିଭାଗ କୁ ଏନେଇ ଅବଗତ କରାଇ ଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ବୀମା କମ୍ପାନୀ ଏନ.ଆଇ.ସି ଲିମିଟେଡ଼କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଚାଷୀ ଙ୍କ ବୀମା ଟଙ୍କାର ବ୍ୟବସ୍ଥା କରି ପାରୁ ନାହିଁ ।

Pearl dental clinic
Near Ashish Medical Store, Bhawanipatna

ଚାଷୀ ଙ୍କୁ ଚାଷ କରିବା ପାଇଁ ଅନୁତତ୍ସାହ କରାହେଉଛି ଓ କେତେକ ଅଧିକାରୀ ଏହି ଟଙ୍କା କୁ ହରି ଲୁଟ କରି ଥିବାର ଅଭିଯୋଗ ମଧ୍ୟ ହେଉଛି । ଜିଲ୍ଲା ପ୍ରଶାସନ ଯଦି ଏକ ସପ୍ତାହ ମଧ୍ୟରେ ଏ ବିଷୟରେ ରେ ଉଚିତ ପଦକ୍ଷେପ ନ ନେବେ ତାହେଲେ ସମସ୍ତ ଚାଷୀ କୁଳ ଭୁବନେଶ୍ୱର ଏନ.ଆଇ.ସି ଲିମିଟେଡ଼ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ଏକ ଦାବି ପତ୍ର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଦେଇଛନ୍ତି ।

Udyog Nursery
Udyogi Nursery

ଏହି ଦାବିପତ୍ର ଦେବା ସମୟରେ ନୂଆପଡା ର ଅନେକ ଚାଷୀ ଓ କେଜୁ ଚନ୍ଦ୍ରକାର, ଲାଲୁ ସାହୁ, ଗୁଲଜରୀ ରାଉତ, ନୋହର ଲାଲ ଦଣ୍ଡସେନା, ଟିକଚନ୍ଦ ମାଝୀ, ପନ୍ନା ଲାଲ ଦେବାଙ୍ଗନ, ବିଦ୍ୟାଧର ମାଝୀ, କୃପା ରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.