ସମ୍ବର୍ଧିତ ହେଲେ ୫୦ ଚାଷୀ ଓ ସାମ୍ବାଦିକ

ଧଅଁରପୁର ପଞ୍ଚାୟତ ଠାରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

କଳାହାଣ୍ଡି : ଧର୍ମଗଡ ବ୍ଲକ ଅନ୍ତର୍ଗତ ଧଅଁରପୁର ଗ୍ରାମପଞ୍ଚାୟତ ଠାରେ ତୃତୀୟ ପର୍ଯ୍ୟାୟପିଠା କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତର ୫୦ ଜଣ ସଫଳ ଚାଷୀ ଓ ଯୂବ ସାମ୍ବାଦିକ ଲୋଚନ ପୋଡଙ୍କୁ ମାନପତ୍ର ସହିତ ସମ୍ବର୍ଧିତ କରାଯାଇଥିଲା ।

ସରକାରଙ୍କ ନିୟମ ମୁତବକା ୩ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁପକ୍କା ଘର ଯୋଜନା ସମାପ୍ତ କରିଥିବା ୫ ଜଣ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଲେଖାଏ ପୁରସ୍କାର ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଧଅଁରପୁର ସରପଞ୍ଚ ଜଗଶ୍ୟାମ ଯୁଏଡଙ୍କ ସଭାପତିତ୍ବରେ ମୁଖ୍ଯ ଅତିଥି ଭାବେ ପୁର୍ବତନ ସରପଞ୍ଚ  ଜାନକୀ ଜୁଏଡ , ସମ୍ମାନିତ ଅତିଥି ଭାବେ  ଧର୍ମାନନ୍ଦ ମାଝି , ମହେଶ୍ବର ଖମାରି, ସିପ୍ରା ସର୍ମା,  ବିରେନ୍ଦ୍ର କୁମାର ମେହେର , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ ପୋଡ , ସୂର୍ଯ୍ୟମଣି ନାଏକ , ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଧୃବଚରଣ ସେଠିଆ ପରିଚାଳନା କରିଥିବା ବେଳେ ବିଜୁଯୁବ ବାହୀନି ର ସଦସ୍ଯ ଓ ଗ୍ରାମ ରକ୍ଷୀଙ୍କ ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.