କେସିଙ୍ଗାରେ ସ୍ୱଚ୍ଛ ଭାରତ ମିଶନ କାର୍ଯକ୍ରମ ଶୁଭାରମ୍ଭ

କେସିଙ୍ଗା, (ବର୍ଦ୍ଧମାନ ଜୈନ): ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଗାନ୍ଧୀ ଜୟନ୍ତୀ ଅବସରରେ କେସିଙ୍ଗାଠାରେ ସ୍ବଚ୍ଛ ଭାରତ ମିଶନର ଶୁଭାରମ୍ଭ ହୋଇଛି। କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏସଡିପିଓ କେସିଙ୍ଗା ଏସ. ସୁଶ୍ରୀ ଏବଂ ଯୁବ ସମାଜ ସେବକ ଅନୁପ କୁମାର ଜୈନ ସହର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ୱଚ୍ଛ ଭାରତ ମିଶନ କାର୍ଯକ୍ରମ ଆରମ୍ଭ କରିଥିଲେ।


ଏହି ଅବସରରେ ଯୁବ ସମାଜ ସେବକ ଅନୁପ କୁମାର ଜୈନ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ଶପଥ ପାଠ କରାଇଥିଲେ। ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେରଙ୍କ ନିର୍ଦ୍ଧେଶ କ୍ରମେ ଜାତୀୟ ସ୍ୱେଚ୍ଛାସେବୀ ବିମଳ ବାଗ ଏବଂ ଶମ୍ଭୁ ବିଶି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏଥିରେ ବିକାଶ ଚନ୍ଦ୍ର ଅଗ୍ରୱାଲ, ସ୍ଵାଧୀନ ପଟ୍ଟନାୟକ , ରଶ୍ମିରଞ୍ଜନ ମିଶ୍ର ,ହୃଷୀକେଶ ନାଏକ, ଦୌଲତ ପ୍ରସାଦ କଶ୍ୟପ, ସୁନିଲ ସୁନା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।


ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ ଏବଂ ସାରା କଳାହାଣ୍ଡି ରେ ସମସ୍ତ ଗାଁ ରେ ଆରମ୍ଭ ହୋଇ ସଦର ମହକୁମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଚାଲିବାକୁ ନିଷ୍ପତି ହୋଇଛି। କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୧୧୦୦୦ କେଜି ବ୍ୟବହାର ହୀନ ପ୍ଲାଷ୍ଟିକ ଏବଂ ପଲିଥିନ ଜମାକାରିବା ପାଇଁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.