ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମ.ରାମପୁର ଶାଖାର ସ୍ବତନ୍ତ୍ର ବୈଠକ

କଳାହାଣ୍ଡି, (ହେମନ୍ତ ସାହୁ): ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମ. ରାମପୁର ବ୍ଲକ ଶାଖାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମ.ରାମପୁର ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଫେଡେରେସନର କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଫେଡେରେସନର ଜିଲ୍ଲା ସଂପାଦକ ଶ୍ରୀବତ୍ସ ତାଣ୍ଡି, ସମ୍ମାନିତ ଅତିଥି ଭାବେ ଫେଡେରେସନର ଉପଦେଷ୍ଟା ସୁବାସ ଚନ୍ଦ୍ର ନାଗ, ବ୍ରୁନ୍ଦାବନ ନାଗ, ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସମାଜସେବୀ ବନମାଳୀ ଦୀପ, ମ. ରାମପୁର ସରପଞ୍ଚ ଚିତ୍ତରଞ୍ଜନ ବାଗ, ଫେଡେରେସନର ସାମାଜିକ ବିଭାଗ ଅତିରିକ୍ତ ମୁଖ୍ୟ ଗିରିଜା ବେହେରା, ଯୁବ ବିଭାଗ ମୁଖ୍ୟ ତେଜରାଜ ବେହେରା, କର୍ମଚାରୀ ବିଭାଗ ମୁଖ୍ୟ ପ୍ରକାଶ ସାଗର, ଜିଲ୍ଲା ସଂପାଦକ ଇନ୍ଦ୍ରମଣି ବାଗ, ଯୁବଲେଖକ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ। ଫେଡେରେସନର ମ. ରାମପୁର ପ୍ରଭାରି ଟୁକୁମଣି ସୁନାଙ୍କ ଆବାହକତ୍ବ ଓ ଫେଡେରେସନର ମ. ରାମପୁର ବ୍ଲକ ସଭାପତି ଡୋଳେଶ୍ବର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଡମ୍ବ କର୍ଲାଖଣ୍ଟା, ମଦନପୁର, ମ.ରାମପୁର, ମୋହନଗିରି, ମାଣିକେରା, ଉର୍ଲାଦାନୀ, ବାରବନ୍ଧା, ନୁନପୁର ଆଦି ପଞ୍ଚାୟତରୁ ଫେଡେରେସନର ସଦସ୍ୟମାନେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ। କାର‌୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତିର୍ମୟ ତାଣ୍ଡି, ରାଜୁ ନିଆଲ, ତ୍ରିଲୋଚନ ସତନାମୀ, ସୁନୀଲ ଛତ୍ରିଆ, ଦିବାକର ବାଗ, ହରେକ୍ରୁଷ୍ଣ ନାଏକ ପ୍ରମୁଖ ସହଯୋଗ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଫେଡେରେସନର ଉପଦେଷ୍ଟା ବୃନ୍ଦାବନ ନାଗ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.