କୋରାପୁଟ/ମାଲକାନଗିରି, (ତ୍ରିନାଥ ପଟ୍ଟନାୟକ): ମାଲକାନଗିରି ଜିଲ୍ଲାର ସରକାରୀ ହାଇସ୍କୁଲ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ଯ ସଂସଦ ଦ୍ବାରା ‘ଛାତ୍ର ମେଧା ସମ୍ମାନ’ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟୋଧନ ପାତ୍ର, ମୁଖ୍ଯ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବାର ଆସୋସିଏସନ୍ ସଭାପତି ବୁନୁ ମହାନ୍ତି ପ୍ରଧାନ ଶିକ୍ଷକ ନନୀଗୋପାଳ ଦାସ, ବରିଷ୍ଠ ସାହିତ୍ୟିକ ବଂଶୀଧର ମହାରଣା ପ୍ରମୁଖ ଯୋଗଦେଇ ବଣମଲ୍ଲୀ ମାନଙ୍କୁ ଅନ୍ମେଷଣ କରି ଆଞ୍ଚଳିକ ସାହିତ୍ୟର ବିକାଶ ପାଇଁ ମାଟିଲଗ୍ନା ଅଣ୍ଟା ଭିଡିଛି ବୋଲି ମତପ୍ରକାଶ କରିଥିଲେ। ଶିକ୍ଷାନୁଷ୍ଠାନର ବିଜ୍ଞାନ ଶିକ୍ଷକ ସନ୍ଦିପ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଶିବ ପ୍ରସାଦ ପାତ୍ର, ଜୟଦେବ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା, ଦୁର୍ଗାମାଧବ ପାଢ଼ୀ, ପ୍ରିୟମ୍ବଦା ବିଶ୍ବାଳ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରମାନଙ୍କ ମଧ୍ଯରେ କବିତା ଆବୃତ୍ତି, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା।