ଲାଞ୍ଜିଗଡର ଦୁର୍ଗମ ଅଞ୍ଚଳରେ ଜଙ୍ଗଲି ହାତୀ ଉପଦ୍ରବ

● ୩ ଘର ଭାଙ୍ଗିଲେ, ଖାଦ୍ୟଶସ୍ୟ ନଷ୍ଟକଲେ

ଲାଞ୍ଜିଗଡ଼: କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ପଟାଙ୍ଗପଦର ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ ୨୫ ଜଣିଆ ଜଙ୍ଗଲି ହାତୀପଲ ନିକଟସ୍ଥ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଦଲମା ବିଟ୍ ର ଧଡେଲ ଜଙ୍ଗଲ ଠାରୁ ବାହାରି ପଟାଙ୍ଗପଦର ଗାଁକୁ ଆସିଥିଲେ। ଏହି ଗାଁରେ ୯ ଗୋଟି ପରିବାର ସଂରକ୍ଷିତ ଫରେଷ୍ଟ ଅଞ୍ଚଳରେ ଘର କରି ରହିଥିବା ବେଳେ ପ୍ରାୟ ୫୦ ଜଣ ଲୋକେ ବସବାସ କରନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ରାତିରେ ଜଙ୍ଗଲୀ ହାତୀର ଭୀଷଣ ଗର୍ଜନ ଶୁଣି ଗାଁ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ହାତୀପଲ ପ୍ରଥମେ ଗାଁର ରୁପା ମାଝୀ, ପରେ ସାନ୍ଧା ମାଝୀ ଓ ଡ୍ରିକୁ ମାଝୀଙ୍କ ଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘରର ଆବାସପତ୍ର ସହିତ ଘରେ ଥିବା ଧାନ, ମାଣ୍ଡିଆ, ଚାଉଳ ଆଦି ଖାଦ୍ୟଶସ୍ୟ ନଷ୍ଟ କରିଦେଇଛନ୍ତି।ଏହାପରେ ଗାଁ ନିକଟରେ ଥିବା ଗାଁ ଲୋକଙ୍କ ଚାଷ ଜମିରେ ଧାନ, ମାଣ୍ଡିଆ, କୁଢୁଳା, ସୋରିଷ ଚାଷକୁ ନଷ୍ଟ କରିବା ପରେ ନିକଟସ୍ଥ ଅସୁରଗୁଡା ଗାଁର ଦଶରଥ ମାଝୀଙ୍କ ମାଣ୍ଡିଆ, କୁଶଳା ଓ ବିରି ଚାଷକୁ ନଷ୍ଟ କରିଛନ୍ତି। ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ଯୋଗୁଁ ହାତୀ ଉପଦ୍ରବ ଖବର ପାଇ ମୂଷାନାଳ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଗାଁ ଲୋକେ କହିଛନ୍ତି।

Udyog Nursery
Udyogi Nursery

ବର୍ତ୍ତମାନ ଘରଦ୍ୱାର ଭାଙ୍ଗି ଯିବା ପରେ ରୁପା ମାଝୀ, ସାନ୍ଧା ମାଝୀ ଓ ଡ୍ରିକୁ ମାଝୀ ପରିବାର ବେସାହାରା ହୋଇ ପଡିଛନ୍ତି। ଯାହା ଫଳରେ କ୍ଷତିଗ୍ରସ୍ତ ପରିବାର ଲୋକେ ପୋଡଶି ଘରେ ଆଶ୍ରୟ ନେଇଛନ୍ତି। ବର୍ତ୍ତମାନ ଏହି ହାତୀପଲ ନିକଟସ୍ଥ ଧଡେଲ ଜଙ୍ଗଲରେ ରହି ଭୀଷଣ ଗର୍ଜ୍ଜନ କରୁଥିବା ବେଳେ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଏହି ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିବା ସହିତ ଅଞ୍ଚଳରେ ଏଲିଫେଣ୍ଟ ସ୍କୁଆଡ଼କୁ ସଜାଗ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.