ସାହିତ୍ୟିକ କବି ବନ୍ଧୁ ପରିବାରର ବାର୍ଷିକ ଉତ୍ସବ ସମାରୋହ

କଟକ: ବାଲେଶ୍ୱର ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ‘ସାହିତ୍ୟିକ କବି ବନ୍ଧୁ ପରିବାର’ର ବାର୍ଷିକ ଉତ୍ସବ ସମାରୋହ କଟକ ସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ତତ୍ବାବଧାନ ଓ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ତଥା ସାରସ୍ୱତ ସମାରୋହର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ପରିବାର ତଥା ବାର୍ଷିକ ଉତ୍ସବର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନଅଟି ପୁସ୍ତକ ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଦ୍ଵିତୀୟ ଅର୍ଘ୍ୟ “ଶିଖା” ଲୋକାର୍ପଣ ହୋଇଥିଲା।

Omkar Vasthu
Omkar Vasthu


ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଚାରପତି ଡ଼ଃ. କୃଷ୍ଣ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ଡ଼ଃ. ହୁସେନ ରବି ଗାନ୍ଧୀ, ସମ୍ମାନୀତ ଅତିଥି ଭାବରେ ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା, ଡାକ୍ତର ଦେବାଶିଷ ଜ୍ୟୈଷ୍ଠି, ବରେଣ୍ୟ ବକ୍ତା ଡ଼. ଶ୍ୟାମାପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ ଓ ବିଶ୍ଵେଶ୍ଵର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।ସାହିତ୍ୟର ଏହି ମହାକୁମ୍ଭ ମେଳାରେ ତିରିଶ ଜିଲ୍ଲାର ଯୁବପ୍ରତିଭାଙ୍କ ସମେତ ଆନ୍ଧ୍ରପ୍ରଦେଶର ଦୀପକ ପାଣିଗ୍ରାହୀଙ୍କୁ ପରିବାର ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଓ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାଗର କୁମାର ପରିଡ଼ା ଓ ଦ୍ଵିତୀୟ ପର୍ଯ୍ୟାୟରେ ଅଂଶୁମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.