ପ୍ରଗତି ଶିକ୍ଷାନୁଷ୍ଠାନରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଭବାନୀପାଟଣା: ସ୍ଥାନୀୟ ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଇଂ ଅଜୟ କୁମାର ପଣ୍ଡାଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରଗତି ଶିକ୍ଷାନୁଷ୍ଠାନରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ମହାବିଦ୍ୟାଳୟର ଏନସିସି, ଏନଏସଏସ ଏବଂ ଯୁବ ରେଡକ୍ରସର ସହଯୋଗରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା,  ଛାତ୍ରଛାତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀ ପ୍ରମୂଖ ରକ୍ତଦାନ କରିଥିଲେ । ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଜୟ କୁମାର ପଣ୍ଡା ପ୍ରଥମେ ରକ୍ତ ଦାନ କରି ରକ୍ତଦାନ ପ୍ରକ୍ରିୟାକୁ ଆରମ୍ଭ କରିଥିଲେ ।


ପରେ ପରେ ପ୍ରଗତି ଶିକ୍ଷାନୁଷ୍ଠାନର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ, ଉପାଧ୍ୟକ୍ଷ ଡ଼ଃ ଦେବାଶିଷ ସେନ, ପ୍ରସାନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ବେହେରା, ଚିନ୍ମୟ ଗୁରୁ, ଅଶୋକ କୁମାର ସାହୁ, ବିରେନ୍ଦ୍ର କୁମାର ପଟ୍ଟନାୟକ, ଉଦିତ ପ୍ରତାପ ଗହୀର, ରୋହିତ କୁମାର ସାହୁ ପ୍ରମୂଖ ରକ୍ତଦାନ କରିଥିଲେ । ବ୍ଲଡ଼ ବ୍ୟାଙ୍କ ପରିଚାଳିକା ଡା ଜୟନ୍ତୀ ନାୟକଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିରରେ ସମୁଦାୟ ୭୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ ରକ୍ତଦାନ ଶିବିରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ ଏହି ଶିବିରକୁ ଉଦଘାଟନ କରି ରକ୍ତଦାନ ମହତ ଦାନ ବୋଲି ମତପ୍ରକାଶ କରିବା ସହିତ ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ବିଗତ ଦିନମାନଙ୍କ ଭଳି ପ୍ରଗତି ଶିକ୍ଷାନୁଷ୍ଠାନ ଆଗାମୀ ଦିନମାନଙ୍କରେ ମଧ୍ୟ ସାମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିବ ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଇଂ ଅଜୟ କୁମାର ପଣ୍ଡା ମତ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.