ଗୁଡ଼ିଆଳିପଦର ହାଇସ୍କୁଲ ଠାରେ ଜୋନାଲ ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ ଶିବିର ଉଦଘାଟିତ

ଭବାନୀପାଟଣା: ସେବା ହିଁ ମଣିଷର ପରମ ଧର୍ମ। ଏହା ମାନବିକତାର ଶ୍ରେଷ୍ଠତ୍ଵ ନିଦର୍ଶନ ଦିଗରେ ଏକ ବଳିଷ୍ଠ ଆଚରଣ। ଏଥିପ୍ରତି ସମସ୍ତ ଛାତ୍ରଛାତ୍ରୀ ଆକୃଷ୍ଟ ହେବା କଥା ବୋଲି ଗୁଡ଼ିଆଳିପଦର ହାଇସ୍କୁଲ ପରିସରରେ ଭାରତ ସ୍କାଉଟ ଗାଇଡ଼ର ଜୋନାଲ ସ୍ତରୀୟ ଶିବିରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ସମ୍ମାନିତ ଅତିଥି ଏଡିଇଓ ଟେମଲାଲ ଦୁବେ, ଭବାନୀପାଟଣା ବିଇଓ, ଡିସିଏସ ସୁନୀଲ ବେହେରା, ସୁଧାଂଶୁବାଳା ଦେବୀ, ଜେପି ସାନ୍ଧ୍ୟ କଲେଜ ଅଧ୍ୟକ୍ଷ ଛବିଲାଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭାପତିତ୍ୱ କରିଥିଲେ ଜିଲ୍ଲା ସଭାପତି ଶାନ୍ତନୁ ବେହେରା। ବିବରଣୀ ଉପସ୍ଥାପନ କରିଥିଲେ ଆଇପିଇ ତଥା ଜିଲ୍ଲା ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା। ଆୟୋଜକ ହାଇସ୍କୁଲ ପ୍ରଧାନ ଶିକ୍ଷକ ନୀଳମଣି ଦୁର୍ଗା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ଯୁଗ୍ମ ସମ୍ପାଦକ ସନାତନ ସାହୁ।ଧନ୍ୟବାଦ ଦେଇଥିଲେ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସିଆରସିସି ବିଶ୍ୱଜିତ ରାଏ, ଶିକ୍ଷକ ଡିଲେଶ୍ବର ରଣା, ଡିଟିସି ଧୀରେନ୍ଦ୍ର ପଣ୍ଡା, ଡିଓସି ମନୋରଞ୍ଜନ ସାହୁ, ସୁବାଷଚନ୍ଦ୍ର ନାଗ, ରାମ ପ୍ରଧାନ, କୁମୁଦ ଦୋରା, ତୁନେଶ୍ୱର ଶବର, ଶିବାନନ୍ଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କେସିଙ୍ଗା, ଲାଞ୍ଜିଗଡ଼ ଓ ଭବାନୀପାଟଣା ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଶିକ୍ଷାର୍ଥୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ଏହି ଶିବିର ଆଜି ଉଦ୍ଘାଟନ ହୋଇଥିବା ବେଳେ ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.