ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆ

କଳାହାଣ୍ଡି, (ହେମନ୍ତ ସାହୁ): ବିଶିଷ୍ଟ ଶିକ୍ଷାବିତ, ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆଙ୍କ ପରଲୋକ ହୋଇଯାଇଛି । ୮୯ବର୍ଷ ବୟସରେ ମ.ରାମପୁର ପାଇକପଡ଼ା ସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶିକ୍ଷକତା ଜୀବନରେ ଜଣେ କର୍ତ୍ତବ୍ୟନିଷ୍ଠ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବରେ ସ୍ବର୍ଗତ ବାଣୁଆଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା ।

ତେବେ ଶିକ୍ଷକତାରୁ ଅବସର ନେବାପରେ ସେ କଂଗ୍ରେସର ଜଣେ ସମର୍ପିତ କର୍ମୀ ଭାବରେ ନିଜକୁ ଠିଆ କରେଇପାରିଥିଲେ । ଏହି ଅଞ୍ଚଳରେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ନିଜର ସଂପୂର୍ଣ୍ଣ ସମୟ ଦେଇଥିଲେ । ସେ ମ.ରାମପୁର ମେଡ଼ିକାଲରେ ଡ଼ାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ଆଗରେ ଠିଆ ହେଉଥିଲେ ଏବଂ ସ୍ୱର ଉତ୍ତୋଳନ କରୁଥିଲେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ଚମରା ବଗର୍ତ୍ତୀ, ମ.ରାମପୁର ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ପହଁଞ୍ଚି ବୀର ସାରଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ । ବୀର ସାରଙ୍କ ବିୟୋଗ ଖବର ପାଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାଶ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନର୍ଲା ବିଧାୟକ ଭୂପିନ୍ଦର ସିଂ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.