କାଶୀପୁର ବ୍ଲକରେ ବ୍ୟାପୁଛି ଜ୍ବର: ନିରବ ସ୍ୱାସ୍ଥ୍ୟ ବିଭାଗ !

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାଶୀପୁର ବ୍ଲକରେ ଜ୍ବର ବ୍ୟାପୁ ଥିବାର ଜଣାଯାଇଛି । ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ କଞ୍ଚଗୁମା ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଲୋକଙ୍କୁ ଜ୍ବର ହେଉଛି । ବ୍ଲକର ଗୋରଖପୁର ଏବଂ ଯୁବା ପଦର ଗ୍ରାମ ପରେ ଏବେ କଞ୍ଚଗୁମା ଗ୍ରାମରେ ଜ୍ବରର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଗ୍ରାମର ପାଞ୍ଚ ଜଣ ଜ୍ବର ପିଡିତଙ୍କୁ କାଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ହେଲେ ସୁରେନ୍ଦ୍ର ନାଏକଙ୍କ ପୁଅ ଦେବାଶିଷ ନାଏକ ସିଏଚସିରେ ଚିକିତ୍ସିତ ହେଉଥିବା ବେଳେ ପୁଅର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାର ପିତା ସୁରେନ୍ଦ୍ର କହିଛନ୍ତି । ଗ୍ରାମର ବହୁ ଜଣ ଜ୍ବର ଝାଡା ଭଳି ରୋଗରେ ପୀଡିତ ଥିବା ବେଳେ ଚିକିତ୍ସା ପାଇଁ ହେଲଥ ଟିମ ପହଞ୍ଚି ନ ଥିବାର ଅଭିଯୋଗ ହୋଇଛି । ବିଭିନ୍ନ ପିଏଚସି ଏବଂ ସିଏଚସିରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଛି । ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଜ୍ବରରେ ପୀଡିତ ଯୁବାପଦର ଗ୍ରାମର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇ ଥିବା ବେଳେ ବହୁଜଣ ଟାଇ ଫଏଡ଼ ଆକ୍ରାନ୍ତ ଥିବାର ରକ୍ତ ନମୁନାରେ ଜଣା ପଡିଥିଲା । ପ୍ରଭାବିତ ଗ୍ରାମକୁ ତୁରନ୍ତ ହେଲଥ ଟିମ ପହଞ୍ଚି ଲୋକଙ୍କ ଉପଯୁକ୍ତ ଚିକିତ୍ସା କରାଯିବାରେ ଗ୍ରାମବାସୀଙ୍କ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.