ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପୁତୁଳାତଳାଇ ଗାଁର ନିରଞ୍ଜନ ମାଝୀ ଚାଷ କ୍ଷତିଗ୍ରସ୍ତ ସାଙ୍ଗେ ଭାଇଙ୍କ ଅଜଣା ରୋଗ ପାଇଁ ଚିନ୍ତାରେ ଅଛନ୍ତି । ସୂଚନା ହିସାବରେ ନିରଞ୍ଜନ ମାଝୀ ନିଜ ୨ ଏକର ଜମିରେ ଧାନ ଚାଷ କରିଥିଲେ । ଏହାପରେ ତାଙ୍କ ଭାଇଙ୍କୁ ଅଜଣା ରୋଗଟିଏ ହୋଇଥିବାରୁ ସେ ରାୟପୁରକୁ ନେଇଥିଲେ ଓ ସେଠାରେ ଅପରେସନ କରିଥିଲେ । ଦଶ ଦିନ ହେବ ତାଙ୍କୁ ସେଠାରେ ରହିବାକୁ ପଡିଥିଲା । ଏହା ଭିତରେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ତାଙ୍କ ଧାନ ଚାଷ ଧୋଇ ହେବା ସାଙ୍ଗକୁ ପାଣି ଜମି ରହି ଧାନ ସଢ଼ି ଯାଇଥିଲା । ନିରଞ୍ଜନ ଘରକୁ ଫେରି ନିଜ ଚାଷର କ୍ଷୟ କ୍ଷତି ଦେଖି ଆହୁରି ଦୁଃଖ ରେ ଭାଙ୍ଗି ପଡିଛନ୍ତି । ନିଜର କ୍ଷୟ କ୍ଷତିକୁ ନେଇ ସରକାରୀ ଅଧିକାରୀଙ୍କୁ କହିବାରୁ ସେମାନେ କହୁଛନ୍ତି ଯେ, ଲଘୁଚାପ ଜନିତ ବର୍ଷାର ସମସ୍ତ କ୍ଷୟକ୍ଷତିର ରିପୋର୍ଟ ସରକାରକୁ ପଠାଇ ଦିଆଗଲାଣି, ଏବେ କିଛି କରି ହେବନି । ତେବେ ନିରଞ୍ଜନ ଚାଷ କ୍ଷୟକ୍ଷତିର ଆର୍ଥିକ ସାହାର୍ଯ୍ୟ ପାଇଁ ପ୍ରଶାସନ ପାଖେରେ ଦାବୀ ଜଣାଇଛନ୍ତି ।





