ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଆନନ୍ଦ ଉଲ୍ଲାସର ସହିତ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଜାହ୍ନବୀ ଶବର ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ସାଧନ ସଂଯୋଜକ ପର୍ଣ୍ଣଚ଼ନ୍ଦ୍ର ନେଗୀ ପ୍ରମୁଖ ଯୋଗଦାନ ପୂର୍ବକ ଗୁରୁ ଶ୍ରେଷ୍ଠ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ବିଦ୍ୟାଳୟ ର କୁନି ଛାତ୍ରୀ ସୁଶ୍ରୀ ନୈତିକା ଦାଶ ଓ ଆଦ୍ୟାଶ୍ରୀ ଦାଶ ଗୁରୁ ବନ୍ଦନା ଗାନ ପୂର୍ବକ ଗୁରୁଦିବସ ସଂମ୍ପର୍କ ରେ ଅନନ୍ତ ହୃଦୟ ଷ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହିତ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ ମୀନା ବିଦ୍ୟାଧର ,କଳ୍ପନା ମିଶ୍ର, ରୀନା ମହାପାତ୍ର ଏବଂ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ, କଲ୍ୟାଣୀ ଦାଶ, ସଂଯୁକ୍ତା ଦାଶ , ନୀଶାମଣୀ ଦେଇ , ପ୍ରତିଭା ଦାଶ ଓ ପୁଷ୍ପାଞଳୀ ସାହୁ ଙ୍କୁ ଗୁରୁ ପୂଜନ କରି ଫୁଲ ଫୁଟିଥିବା ଗୋଲାପ ଗଛ ଅର୍ପଣ କରି ପ୍ରଣିପାତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷ ରୁ ତିନିଜଣ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ ଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବିଦ୍ୟାଳୟ ର ବରିଷ୍ଠ ଆଦର୍ଶ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ କାର୍ଯକ୍ରମ ସଂଯୋଜନା କରିବା ସହିତ ସମ୍ବର୍ଦ୍ଧନା ପତ୍ର ପାଠ କଗିଥିବା ସ୍ଥଳେ ଶିଶୁ ସେବିକା ରିଙ୍କି ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।





