ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀଙ୍କ ବିୟୋଗରେ ଶୋକ

କଳାହାଣ୍ଡି, (ନରୋତ୍ତମ ସେଲମା): ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ପରଲୋକରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକତା କ୍ଷେତ୍ରର ବିଶେଷ କ୍ଷତି ହୋଇଛି । ଗତ କିଛିଦିନ ଧରି ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ୩୪ ବର୍ଷ ଧରି ସାମ୍ବାଦିକତା କରିଥିଲେ । ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ସଂଜୀବ ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଭାବରେ ଜିଲ୍ଲାରେ ବେଶ ପରିଚିତ ଥିଲେ । ଜଣେ ନିର୍ଭୀକ ସାମ୍ବାଦିକ, ସମାଜସେବୀ ଓ ସମାଜ ସୁଧାରକ ଭାବରେ ସେ ଜିଲ୍ଲାରେ ସୁପରିଚିତ ଥିଲେ । ତାଙ୍କର ଆବର୍ତ୍ତମାନରେ କର୍ଲାମୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କର୍ଲାମୁଣ୍ଡା ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଦୀପ କୁମାର ସାହୁ ସ୍ବର୍ଗତ ଯୋଶୀଙ୍କ ସମ୍ପର୍କରେ ଶୋକ ପ୍ରସ୍ତାବ ଆଣିବା ପରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାମ୍ୱାଦିକ କମ୍ବୁପାଣି ସାହୁ, ଭଜଶ୍ୟାମ ସାହୁ, ସତ୍ୟନାରାୟଣ କୁମାର, ଯୁବରାଜ ସାହୁ, ପ୍ରଦୀପ ରଣା, ଜଗଦିଶ ପ୍ରସାଦ ରଣା, ସୁଶାନ୍ତ ରଣା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଯୋଶୀଙ୍କ ସ୍ମୃତିଚାରଣ କରିବା ସହ କଳାହାଣ୍ଡି ଜଣେ ଦକ୍ଷ ଓ ବିଜ୍ଞ ସାମ୍ୱାଦିକଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.