କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବକଣ୍ଠ ଶିଳ୍ପୀ ସୁମନ ଶେଖର
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ହେମନ୍ତ ସାହୁ): କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବକଣ୍ଟ ଶିଳ୍ପୀ ସୁମନ ଶେଖରଙ୍କ ପାଇଁ ଆଗେଇ ଆସିଛନ୍ତି ମ.ରାମପୁରର ଦୁଇଟି ସଂଗଠନ । ମ.ରାମପୁର ବ୍ୟାଡ଼ ମିଣ୍ଟନ ଆସୋସିଏସନ୍ ଏବଂ ମ.ରାମପୁର ୱିମେନ୍ସ ଫୁଟବଲ୍ ଆସୋସିଏସନ୍ ତରଫରୁ ହେଲ୍ପ ଫର୍ ସୁମନ୍ କାର୍ଯ୍ୟକ୍ରମ ଦୁଇ ଦିନ ଧରି ମ.ରାମପୁର ସହର ପରିକ୍ରମା କରିଛି । ପ୍ରତିଟି ଦୋକାନକୁ ଯାଇ ସାହାଯ୍ୟ ଭିକ୍ଷା କରିଛନ୍ତି । ବ୍ୟାଡ଼ ମିଣ୍ଟନ ଆସୋସିଏସନର ସଂପାଦକ ମନୋଜ କୁମାର ଦୀପ, ସଭାପତି ରୁଦ୍ର ପ୍ରସାଦ ମହାନ୍ତି, ସନ୍ତୋଷ ବେହେରା, ପ୍ରଶାନ୍ତ ପ୍ରଧାନ, ବଣ୍ଟି ଘିଭେଲା, ରାଜା, ଅଭି, ବିଜୟ, ପପୁ, ହିତେଶ, ଆଲୋକ ପ୍ରଭାସ ଓ ଫୁଟବଲ୍ ଆସୋସିଏସନ୍ ତରଫରୁ ଅଶାନ୍ତି ମହାଖୁଡ଼, ପରମେଶ୍ୱର ସାହୁ, ପ୍ରିୟା, ମେଘା, ସୁନନ୍ଦା, ପ୍ରାଚୀ ଯୋଗଦେଇଥିଲେ । ଏହି ଦୁଇ ସଂଗଠନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରଯାଇଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମ.ରାମପୁରର ଉଦୀୟମାନ ଯୁବ କଣ୍ଟ ଶିଳ୍ପୀ ସୁମନ ଶେଖର ମିଶ୍ର ଏବେ କିଡ଼ନୀ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଅଛନ୍ତି । ଜଣେ ଆଗଧାଡ଼ିର ତଥା ଜଣାଶୁଣା କଣ୍ଠ ଶିଳ୍ପୀ ହଠାତ ଏହି ରୋଗର ଶିକାର ହେବା ପରେ ତାଙ୍କୁ କିଡ଼ନୀର ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ଜଣାପଡ଼ିଲା । ତେଣୁ ପିତା ରମେଶଚନ୍ଦ୍ର ମିଶ୍ର ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ସୁମନଙ୍କ ପାଇଁ ‘ଓ ପଜିଟିଭ୍’ କିଡ଼ନୀର ନିହାତି ଆବଶ୍ୟକ ବୋଲି ପିତା ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।