ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇ ଚାଲିଥିବା ବେଳେ ଯାତାୟାତ କରୁଥିବା ପଥିକମାନେ ପିଇବା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଗ୍ରାମ ପଞ୍ଚାୟତ ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ନିଜ ଗ୍ରାମ ପଞ୍ଚାୟତର ବିଭିନ୍ନ ଛକ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିଷ୍ପତି ନେଇଛନ୍ତି । ଆଜି ପ୍ରଥମ କରି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର କିଡିଙ୍ଗ ଛକ ଠାରେ ଏକ ଜଳଛତ୍ର ଉଦଘାଟନ କରାଇଛନ୍ତି ସୁଶ୍ରୀ ମମତା ଶବର । ସରପଞ୍ଚଙ୍କ ନିର୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କିଡିଙ୍ଗ ଛକ ସ୍ଥିତ ଅସ୍ଥାୟୀ ବିଶ୍ରାମଗାର ଠାରେ ଜଳଛତ୍ରର ଶୁଭାରମ୍ଭ କରାଇଥିଲେ । ଯାତାୟାତ କରୁଥିବା ଯାତ୍ରୀ ଏବଂ ପଥିକ ମାନେ ଥଣ୍ଡା ପିଇବା ପାଣି ଟୋପାଏ ପାଇବେ ବୋଲି ସରପଞ୍ଚ ସୁଶ୍ରୀ ମମତା ଶବର ପ୍ରକାଶ କରିଛନ୍ତି ।