ଗଜାନନ ସାଂସ୍କୃତିକ ଅନୁଷ୍ଠାନର ୧୩ତମ ବାର୍ଷିକ ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢିପଦର ସ୍ଥିତ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କ୍ରିଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ନେଇ ଏହା ୨ ଦିନ ଧରି ଆୟୋଜିତ ହୋଇଥିଲା । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଗୁଣନିଧି ଧଙ୍ଗଡାମାଝୀ, ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ ଓ ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ବେନିଆ ଯୋଗଦେଇ ଦ୍ବି ଦିବସୀୟ ଦିବରାତ୍ରୀ ଭଲିବଲ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ ।

ଗଜାନନ ସାଂସ୍କୃତିକ ଅନୁଷ୍ଠାନ ସଭାପତି ସତ୍ରୁଘନ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଜାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିଶିଷ୍ଟ ଅତିଥି ଭାବେ ପୋଲିସ ଅଧିକାରୀ ତଥା ପୂର୍ବତନ ନର୍ଲା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ, ମୁଖ୍ୟ ବକ୍ତା ଭାବେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ,

ସମ୍ମାନୀତ ଅତିଥି ଭାବେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବୋରିଆ ସରପଞ୍ଚ ଦେବେନ୍ଦ୍ର ନାଏକ, ବୈଦ୍ୟରାଜ ପବିତ୍ର ଶବର, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗାଡେବନ୍ଧ ସରପଞ୍ଚ ବବିତା ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ଓ ସମାଜସେବୀ ବିଜୟ କୁମାର ଭୋଇ ମଞ୍ଚାସୀନ ଥିଲେ ।

ଏହି ଅବସରରେ ଆୟୋଜିତ ଦିବାରାତ୍ରି ଭଲିବଲ ପ୍ରତିଯୋଗିତାରେ ମୋଟ ୧୫ଟି ଦଳ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ଭାନପୁର ପଞ୍ଚାୟତର ରାକ୍ସି ଓ ତୁଲାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ରାକ୍ସି ଦଳ ବିଜୟୀ ହୋଇଥିବା ବେଳେ ଭାନପୁର ଉପବିଜେତା ହୋଇଥିଲା । ଉମାକାନ୍ତ ଭୋଇ, ବିପିନ ପଧାନ, ଅଜିତ ନାଏକ ଓ ସ୍ବାଧିନ ଭୋଇ ଖେଳ ପରିଚାଳନା କରିଥିଲେ ।

ବାର୍ଷିକ ଉତ୍ସବ ମହାସମାରୋହରେ ରାଜ୍ୟସ୍ତରୀୟ ରେଫରି ଅଜିତ ନାଏକ ଓ ବିପିନ ପଧାନ, ଯୁବ ସାହିତ୍ୟିକ ସୁଧିର କୁମାର ଧଙ୍ଗଡାମାଝୀ, ଦେବଗିରି ମଠର ମୁଖ୍ୟ ସେବାୟତ ତପିବର ଦାସ, ସମାଜସେବୀ ଉତ୍ତମ ଧଙ୍ଗଡାମାଝୀ, ସେନା କର୍ମଚାରୀ ଅମେଶ ଗଉଡ ଓ ଦେବଗିରି ମଠର ମୁଖ୍ୟ ସେବିକା ସତ ଗଉଡଙ୍କୁ ଅତିଥି ବୃନ୍ଦ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଯୁବ ଗାଳ୍ପିକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିବାବେଳେ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୈାତମ ବେନିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ପରେ ପଶ୍ଚିମ ଓଡ଼ିଶାର ଲୋକକଳା ଦଣ୍ଡନୃତ୍ୟ ପରିବେଶିତ ହୋଇଥିଲା । ବୁଢିପଦର ଗ୍ରାମବାସୀ ଓ ଅନୁଷ୍ଠାନର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.