ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଭବାନୀପାଟଣା ବ୍ଲକ ସରପଞ୍ଚ ସଂଘର ସୌଜନ୍ୟମୂଳକ ସାକ୍ଷାତକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭବାନୀପାଟଣା ବ୍ଲକ ସରପଞ୍ଚ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ଆଜି ଶକ୍ତି,ଶିଳ୍ପ, ଏମଏସଏମଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷତ କରିଛନ୍ତି । ଭବାନୀପାଟଣା ବ୍ଲକର ଅନେକ ସମସ୍ୟା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଉଭୟ ସରପଞ୍ଚ ସଂଘ ଓ ମନ୍ତ୍ରୀ କ୍ୟାପଟେନ ମିଶ୍ର । ବିଶେଷ କରି ଭବାନୀପାଟଣା ବ୍ଲକରେ ବିଦ୍ୟୁତ, ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେବା ପାଇଁ ମନ୍ତ୍ରୀ ସମସ୍ତ ସରପଞ୍ଚଙ୍କୁ ଆହ୍ୱାନ କରିଥିଲେ । ଭବାନୀପାଟଣା ବ୍ଲକର ବିକାଶ ପାଇଁ ଯାହାବି ସହଯୋଗ ହୋଇ ପାରିବ ମୁଁ ନିଶ୍ଚୟ ସହଯୋଗ କରିବି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତରେ ଆଣି ବିକାଶ ଧାରାକୁ ତ୍ୱରାନ୍ୱିତ କରାଯିବା ବୋଲି ମନ୍ତ୍ରୀ କ୍ୟାପଟେନ ମିଶ୍ର ପ୍ରତିଶୃତି ଦେଇଥିଲେ । ଏହି ସାକ୍ଷାତକାର ସମୟରେ ଭବାନୀପାଟଣା ସଦର ବ୍ଲକ ସରପଞ୍ଚ ସଂଘ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, କୈଳାସ ନାୟକ, ବିକାଶ ପ୍ରଧାନ, ଅନିତା ବେହେରା, ବିନୋଦିନୀ ବେହେରା, ଚାଳନା ଚଣ୍ଡୀ, ବିବେକ ନାଗ, ଗୀତାଞ୍ଜଳି ସାହୁ, ପ୍ରିୟଙ୍କା ମହାକୁଡ଼, ଆଦିତ୍ୟ କୁମାର ନାୟକ, ସୁଷମା ସେନାପତି, ପ୍ରିୟାଂକିନି ନାୟକ, ରମେଶ ନାୟକ, ଦିଗାମ୍ବର ଲୋହାର, ତପସ୍ୱିନୀ ସାହୁ, ମୁରଲୀ ପ୍ରଧାନ, ଦମୟନ୍ତୀ ବାଗ, ଉର୍ମିଳା ଜାନୀ ପ୍ରମୁଖ ସରପଞ୍ଚ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.