ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀଙ୍କ ପୀଠରେ କଳାହାଣ୍ଡି କୁଲତା ସମାଜର ବାସନ୍ତୀକ ପୂଜା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କୁଲତା ସମାଜର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀଙ୍କ ପୀଠ ଯମୁନାବାହାଲ ଠାରେ ବାସନ୍ତୀକ ଅଷ୍ଟମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । କଳାହାଣ୍ଡି କୁଲତା ସମାଜର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାର କୁଲତା ଭାଇଭଉଣୀ ଯୋଗଦେଇ ମାଁଙ୍କ ଆଶିଷ ଲାଭ କରିଥିଲେ । ଏଥିରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଜିଲ୍ଲା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା କମିଟି ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ବିଜୟ କୁମାର ଭୋଇ, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ଭୋଇ, ପୀଠ ସଭାପତି ପୂର୍ଣ୍ଣଚନ୍ଦ୍ର ପଧାନ, ସମ୍ପାଦକ ଗଙ୍ଗାଧର ପଧାନ, କୋର କମିଟି ଅଧ୍ୟକ୍ଷ ଅନିରୁଦ୍ଧ ପଧାନ, ରାମଚଣ୍ଡୀ ଦରବାର ଅଧ୍ୟକ୍ଷ ଅନନ୍ତରାମ ପଧାନ, ଉପସଭାପତି ମନମୋହନ ନାଏକ ପ୍ରମୁଖ ଯୋଗଦେଇ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.